ସୋଲାର ମାଧ୍ୟମରେ ଗ୍ରାମକୁ ହେବ ଜଳ ଯୋଗାଣ

ବଇଣ୍ଡା,୧୨।୬(ଡି.ଏନ.ଏ.): ଗ୍ରାମାଞ୍ଚଳ ଓ ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳରେ ବସବାସ କରୁଥିବା ଲୋକେ ପାନୀୟ ଜଳ ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗ୍ରୀଷ୍ମଋତୁରେ ଏହି ସମସ୍ୟା ଆହୁରି ଜଟିଳ ହୋଇପଡ଼ୁଛି। ତେବେ ଜନସାଧାରଣ ଏହି ସମସ୍ୟା ଆଉ ଭୋଗିବେ ନାହିଁ। ସୋଲାର ପମ୍ପ ମାଧ୍ୟମରେ ଗ୍ରାମକୁ ଜଳଯୋଗାଣ କରାଯିବ ବୋଲି ବୁଧବାର କିଶୋରନଗର ବ୍ଲକ ସଭାଗୃହଠାରେ ୮ ସମିତି ବୈଠକରେ ଅତିଥି ଭାବେ ଆଠମଲ୍ଲିକ ବିଧାୟକ ରମେଶଚନ୍ଦ୍ର ସାଏ ଯୋଗଦେଇ ଏହା କହିଛନ୍ତି। ବ୍ଲକ ଅଧ୍ୟକ୍ଷା ବବିତା ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ସମ୍ବଲପୁର ଏମପି ନିତିଶ ଗଙ୍ଗଦେବ ଯୋଗଦେଇ ପଞ୍ଚାୟତ ପ୍ରତିନିଧିମାନଙ୍କ ଦ୍ୱାରା ଗ୍ରାମ ବିକାଶ ହୋଇଥାଏ। ଗାଁର ବିକାଶ ହେଲେ ଦେଶର ବିକାଶ ହେବ। ସବୁ ଗ୍ରାମରେ କିଭଳି ମୌଳିକ ସୁବିଧା ପହଞ୍ଚିପାରିବ ସେଥିପ୍ରତି ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ଜନପ୍ରତିନିଧିମାନେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ ମତପ୍ରକାଶ କରିଥିଲେ। ପ୍ରାରମ୍ଭରେ ନବ ନିର୍ବାଚିତ ବିଧାୟକ ଓ ଏମପିଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଅନ୍ୟତମ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷା ସୁନୀଲ କୁମାର ପ୍ରଧାନ, କିଶୋରନଗର ବିଡିଓ ଅମୃତା ପ୍ରିୟମ୍ବଦା, ସହକାରୀ ନିର୍ବାହୀ ଯନ୍ତ୍ରୀ ସୁନୀଲ ସିଂ ଯୋଗ ଦେଇଥିଲେ। ଅନେକ ସରକାରୀ ବିଦ୍ୟାଳୟରେ ଠିକ ଭାବେ ପାଠପଢା ଯାଉ ନ ଥିବା ଯୋଗୁ ରେଜଲ୍ଟ ଖରାପ ହେଉଥିବା କେତେକ ସରପଞ୍ଚ ଅଭିଯୋଗ କରିଥିଲେ। ସେହିପରି ଚାଷ ସମୟରେ ଚାଷୀଙ୍କୁ ବିହନ, ସାର ଠିକ ଭାବେ ମିଳୁ ନ ଥିବା ସହ କୃଷି ଅଧିକାରୀମାନେ ରହୁ ନ ଥିବା ଅଭିଯୋଗ ହୋଇଥିଲା। ସାଧାରଣ ବଣ୍ଟନ ଅର୍ନ୍ତଭୁକ୍ତ ହେବା ପାଇଁ ବହୁ ଗରିବ ଶ୍ରେଣୀର ଲୋକ ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ରେଶନ କର୍ଡ ଦିଆଯାଇ ନାହିଁ। ନୁନୁକାପଶି ପଞ୍ଚାୟତ କଦଳୀମୁଣ୍ଡାଠାରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରଟି ବିପଦସଙ୍କୁଳରେ ରହିଛି। ଏ ନେଇ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନ ଥିବାବେଳେ ବିପଦସଙ୍କୁଳରେ ପାଠ ପଢାଯାଉଛି ବୋଲି ସରପଞ୍ଚ ଜଳଧର ସାହୁ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିସହ ବଇଣ୍ଡାଠାରେ ଥିବା ପଶୁ ଡାକ୍ତରଖାନାଟି ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣରେ ଭାଙ୍ଗିଯାଇଥିବାବେଳେ ନୂତନ ପଶୁ ଡାକ୍ତରଖାନା ନିର୍ମାଣ କରିବା ପାଇଁ ଦାବି କରିଥିଲେ। ସୁରେଶ୍ୱରୀ, ଧଉରାଗୋଠ ଜଳ ସେଚନ ପ୍ରକଳ୍ପ କିଭଳି ଶିଘ୍ର ନିର୍ମାଣ ହେବ ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରିବେ ବୋଲି ବିଧାୟକ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

IAS ସ୍ତରରେ ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର, ୭।୯: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ହେଲେ ସୁରେଶ ବଶିଷ୍ଠ। ସଂସଦୀୟ ବ୍ୟାପାର ବିଭାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri