Categories: ଜାତୀୟ

ସୋଲାନରେ କାନ୍ଥ ଭୁଶୁଡ଼ିବାରୁ ୭ଯବାନଙ୍କ ସମେତ ୮ମୃତ: ରେସକ୍ୟୁ ଅପରେଶନ୍‌ ଜାରି

ସୋଲାନ,୧୫।୭: ହିମାଚଳ ପ୍ରଦେଶ ସୋଲାନ ଜିଲାର କୁମାରହାଟିରେ ଏକ ଢ଼ାବାରେ କାନ୍ଥ ଭୁଶୁଡ଼ିବାରୁ ୭ଯବାନ ସମେତ ୮ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ରବିବାର ଏହି ୪ମହଲା ବିଶିଷ୍ଟ କୋଠାଘର ଭୁଶୁଡ଼ି ପଡ଼ିବାରୁ କିଛି ଯବାନଙ୍କ ସମେତ ୩୦ରୁ ଊର୍ଦ୍ଧ୍ୱ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ସେଥିମଧ୍ୟରୁ ଏବେ ପର୍ଯ୍ୟନ୍ତ ୧୭ଯବାନ ଓ ୧୧ ସାଧାରଣ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି। ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅପରପକ୍ଷରେ ଏବେ ବି ଭଗ୍ନାବଶେଷ ତଳେ ବହୁ ଲୋକ ଫଶିରହିଥିବାରୁ ଘଟଣାସ୍ଥଳରେ ରେସକ୍ୟୁ ଅପରେଶନ୍‌ ଜାରି ରହିଛି। ଏହି ଘଟଣାକୁ ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ସୋମବାର ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। ଏଥିସହ ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Share