ସୋରିଆସିସ୍‌ ସମସ୍ୟାରୁ ମୁକ୍ତିଦିଏ କଲରା

କଲରା ଗୁଣରେ ପିତା ହୋଇଥିବାରୁ ଏହାକୁ ଅନେକ ଲୋକ ଖାଇବାକୁ ପସନ୍ଦ କରି ନ ଥାନ୍ତି। ଆହୁରି କେତେକ ବ୍ୟକ୍ତି କଲରାର ଭଲ ଗୁଣ ଜାଣି ଏହାକୁ ଖାଇବାକୁ ପସନ୍ଦ କରନ୍ତି। ସାଧାରଣତଃ କଲରାରେ ମିନେରାଲ୍ସ, ଭିଟାମିନ୍ସ, ଫାଇବର ଓ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ଭରି ରହିଛି। ଏହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ଆୟୁର୍ବେଦରେ ବର୍ଣ୍ଣନା କରାଯାଇଛି।

-ଡାଇବେଟିସ୍‌ ପାଇଁ ଲାଭଦାୟକ କଲାରା। କଲରାରେ ରହିଛି କ୍ୟାରୋଟିନ ନାମକ ରାସାୟନିକ ତତ୍ତ୍ୱ ଯାହାର ସେବନରେ ରକ୍ତ ଶର୍କରା ଅଂଶ ନିୟନ୍ତ୍ରଣରେ ରହିଥାଏ।

-ଲିଭର ପାଇଁ ଲାଭଦାୟକ କଲରା। ଏହା ହଜମ ଶକ୍ତି ବୃଦ୍ଧି କରିଥାଏ। କଲରା ଏକ ଥଣ୍ଡା ପରିବା। ସେଥିପାଇଁ ଗରମ ଦିନେ ହେଉଥିବା ଅନେକ ରୋଗଠାରୁ ଏହା ଆମକୁ ଦୂରେଇ ରଖିଥାଏ। ଜଳଉଧୁରି ବା ଲିଭରରେ ପାଣି ଜମା ହେଲେ ନିୟମିତ ୩-୪ ଥର କଲରା ରସ ସେବନ କଲେ ଲାଭ ମିଳିଥାଏ।

-କଲରା କ୍ୟାନସର ପ୍ରତିରୋଧକ ବୋଲି କୁହାଯାଏ। ପ୍ରତିଦିନ ଏକ ଗ୍ଲାସ କଲରା ରସ ପିଇଲେ ଅଗ୍ନାଶୟ କର୍କଟ ହେବାର ସମ୍ଭାବନା କମ୍‌ ଥାଏ। କାରଣ ଏହା ଅଗ୍ନାଶୟରେ କର୍କଟ ସୃଷ୍ଟିକାରୀ କୋଶିକାଙ୍କୁ ମାରି ଦେଇଥାଏ।

-ସୋରିଆସିସ୍‌ ପାଇଁ ଏହା ଭଲ କାମକରେ। ନିୟମିତ ଭାବେ କଲରା ସର ସହ ଲେମ୍ବୁ ରସ ମିଶାଇ ସେବନ କଲେ ପ୍ରାକୃତିକ ଭାବେ ସୋରିଆସିସ୍‌ ରୋଗ ଭଲ ହୋଇଥାଏ। ଏହାଛଡା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।

-ମୁଣ୍ଡବିନ୍ଧା ଓ ଗଣ୍ଠି ଦରଜ ପାଇଁ କଲରା ବେଶ ସହାୟକ ହୋଇଥାଏ। କଲରା ପତ୍ରକୁ ବାଟି ମଥାରେ ଲେପନ କଲେ ବହୁ ସମୟ ଧରି ହେଉଥିବା ମୁଣ୍ଡବିନ୍ଧା ଭଲ ହୋଇଥାଏ। ସେହିପରି ଗଣ୍ଠି ଦରଜ ହେଉଥିଲେ କଲରାକୁ ବାଟି ଏକ କପଡାରେ ବାନ୍ଧି ଦରଜ ହେଉଥିବା ସ୍ଥାନରେ ଲଗାଇଲେ ଆରାମ ମିଳିଥାଏ।