ସୋମାଲିଆ କାର୍‌ ବୋମା ବିସ୍ଫୋରଣ: ୭୬ ମୃତ

ମୋଗାଡିସୁ,୨୮।୧୨: ସୋମାଲିଆର ରାଜଧାନୀ ମୋଗାଡିସୁରେ ଶନିବାର ହୋଇଥିବା କ୍ରମାଗତ କାର୍‌ ବୋମା ବିସ୍ଫୋରଣରେ ଏପର୍ଯ୍ୟନ୍ତ ୭୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସରକାରୀ ପ୍ରବକ୍ତା ଇସ୍‌ମାଇଲ ମୁଖ୍‌ତାର କହିଛନ୍ତି, ମୋଗାଡିସୁର ଆଫଗୋଇ ରୋଡରେ ଥିବା ସିକ୍ୟୁରିଟି ଚେକ୍‌ ପଏଣ୍ଟରେ କାର୍‌ ମଧ୍ୟରେ ଏକ ଆତ୍ମଘାତୀ ବୋମା ବିସ୍ଫୋରଣ ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ ଏମରଜେନ୍ସି ସର୍ଭିସ ପହଞ୍ଚିବା ସହ ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୃତକଙ୍କ ମଧ୍ୟରେ ଅଧିକାଂଶ ଶିକ୍ଷାର୍ଥୀ ବୋଲି କୁହାଯାଉଛି।

Share