Categories: ଜାତୀୟ

ସୋମବାର ସୁପ୍ରିମ୍‌କୋର୍ଟର ୪୭ତମ ପ୍ରଧାନ ବିଚାରପତି ହେବେ ବୋବଡେ

ନୂଆଦିଲ୍ଲୀ,୧୭।୧୧: ସୋମବାର ସୁପ୍ରିମ୍‌କୋର୍ଟର ୪୭ତମ ପ୍ରଧାନ ବିଚାରପତି ଭାବେ ୬୩ ବୟସ୍କ ଶରଦ ଅରବିନ୍ଦ ବୋବଡେ ଦାୟିତ୍ୱ ଗ୍ରହଣ କରିବେ। ୨୦୨୧ ଏପ୍ରିଲ୍‌ ୨୩ରେ ସେ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ପଦବୀରୁ ଅବସର ଗ୍ରହଣ କରିବେ। ୧୯୫୬ ଏପ୍ରିଲ୍‌ ୨୪ରେ ସେ ମହାରାଷ୍ଟ୍ରର ନାଗପୁରଠାରେ ଜନ୍ମଗ୍ରହଣ କରିଥିଲେ। ନିଜ ବ୍ୟକ୍ତିଗତ ଜୀବନରେ ସେ ବାଇକ୍‌ ଚଳାଇବାକୁ ପସନ୍ଦ କରନ୍ତି। ତାଙ୍କର ପସନ୍ଦର ବାଇକ୍‌ ହେଉଛି ରୟାଲ ଏନଫିଲ୍ଡ। ପୋଷା କୁକୁର ରଖିବା ତାଙ୍କର ଅନ୍ୟ ଏକ ସଉକ। ଟେନିସ୍‌ ଖେଳିବାକୁ ସେ ପସନ୍ଦ କରନ୍ତି।

Share