ସୋମବାର ସକାଳ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ପାଳନ ହେବ ‘ଜନତା କର୍ଫ୍ୟୁ’

ମୁମ୍ବାଇ,୨୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ରବିବାର ସାରା ଦେଶରେ ପାଳନ କରାଯାଉଛି ‘ଜନତା କର୍ଫ୍ୟୁ’। ଏହି ସମୟରେ ଦେଶବାସୀ ନିଜ ନିଜ ଘରେ ବନ୍ଦ ହୋଇ ରହିଛନ୍ତି। କରୋନାକୁ ସଂକ୍ରମଣରୁ ଅଟକାଇବାକୁ ଏହା ଏକ ବଡ ପଦକ୍ଷେପ ବୋଲି କୁହାଯାଉଛି। ‘ଜନତା କର୍ଫ୍ୟୁ’ ସମ୍ପୂର୍ଣ୍ଣ ରୂପେ ଜନତାଙ୍କ ଉପରେ ନିର୍ଭର କରିଥାଏ ବୋଲି କୁହାଯାଏ। ଏହି ସମୟରେ ଲୋକେ ଘର ଭିତରେ ନିଜକୁ ବନ୍ଦ ରଖି ଜନତା କର୍ଫ୍ୟୁ ପାଳନ କରିଥାଆନ୍ତି। ରବିବାର ସାରା ଦେଶରେ ‘ଜନତା କର୍ଫ୍ୟୁ’କୁ ଦେଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟରେ ଏହାକୁ ସୋମବାର ସକାଳ ପର୍ଯ୍ୟନ୍ତ ପାଳନ କରିବାକୁ କହିଛନ୍ତି। ଏହାସହ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବଢୁଥିବାରୁ ସେଠାରେ ୧୪୪ ଧାରା ଜାରି କରିବାକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି। ସୂଚନାଯୋଗ୍ୟ, ରବିବାର ସକାଳ ସୁଦ୍ଧା ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି।

Share