Categories: ଜାତୀୟ

ସୋନିଆଙ୍କ ସହ ଫୋନରେ କଥା ହେଲେ ଉଦ୍ଧବ

ମୁମ୍ବାଇ,୧୧।୧୧: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଚାଲିଥିବା ରାଜନୀତି ଡ୍ରାମା ସୋମବାର ସନ୍ଧ୍ୟାରେ ଶେଷ ହୋଇପାରେ। ଶିବସେନାକୁ ସମର୍ଥନ କରିବାକୁ ଯାଇ ଏନ୍‌ସିପି ନିଜର ମତ ସ୍ପଷ୍ଟ କରିସାରିଛି। ହେଲେ କଂଗ୍ରେସର ମତାମତକୁ ଅପେକ୍ଷା କରାଯାଇଛି। ଏନେଇ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସହ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ବହୁ ସମୟ ପର୍ଯ୍ୟନ୍ତ ଫୋନରେ କଥା ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ ସନ୍ଧ୍ୟାରେ ସୋନିଆଙ୍କ ଅଧ୍ୟକ୍ଷତାରେ କଂଗ୍ରେସର ବିଧାୟକଙ୍କ ଏକ ବୈଠକ ବସିଛି। ଏହି ବୈଠକରେ ଶିବସେନା ସହ ମେଣ୍ଟ ନେଇ କୌଣସି ନିଷ୍କର୍ସ ବାହାରିପାରେ ବୋଲି ଚର୍ଚ୍ଚା ହେଉଛି।

Share