Categories: ଜାତୀୟ

ସୋନଭଦ୍ର ଜିଲାପାଳ, ଏସ୍‌ପି ବିଦା

ଲକ୍ଷ୍ନୌ,୫ା୮(ପି.ଟି.): ସୋନଭଦ୍ର ଗଣହତ୍ୟା ମାମଲାରେ ଉତ୍ତରପ୍ରଦେଶ ସରକାର ଜିଲାପାଳ ଏବଂ ସୋନଭଦ୍ର ଏସ୍‌ପିଙ୍କୁ ବିଦା କରିବା ସହ ଅନ୍ୟ ୧୩ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗତମାସରେ ଏକ ଜମି ବିବାଦକୁ ନେଇ ଗୋଣ୍ଡ ସମ୍ପ୍ରଦାୟର ୧୦ ଜଣଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଏହି ମାମଲାର ଏସ୍‌ଆଇଟି ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦେଶ ଦେଇଛନ୍ତି।

Share