Categories: ଜାତୀୟ

ସୋନଭଦ୍ରା ହତ୍ୟାକାଣ୍ଡ: ପୀଡିତ ପରିବାରର ସମ୍ପର୍କୀୟଙ୍କୁ ଭେଟିଲେ ପ୍ରିୟଙ୍କା

ମିର୍ଜାପୁର,୨୦।୭: ଉତ୍ତର ପ୍ରଦେଶର ସୋନଭଦ୍ରାରେ ୧୦ ଜଣଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଏହି ମାମଲାରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଶୁକ୍ରବାର ପୀଡିତ ପରିବାରଙ୍କୁ ଭେଟିବାକୁ ଯାଇଥିବା ବେଳେ ପୋଲିସ ତାଙ୍କୁ ଅଧା ରାସ୍ତାରେ ଅଟକ ରଖିଥିଲା। ପ୍ରାୟ ୨୪ ଘଣ୍ଟା ପ୍ରିୟଙ୍କା ସେଠାକାର ସୁନାର ଗେଷ୍ଟ ହାଉସରେ ରହିବା ପରେ ସେହି ଗେଷ୍ଟ ହାଉସ୍‌ ବାହାରେ ହିଁ ସେ ଶନିବାର ପୀଡିତ ପରିବାରର ସମ୍ପର୍କୀୟଙ୍କୁ ଭେଟିଥିବା ଜଣାପଡିଛି। ସେଠାରେ ତାଙ୍କୁ ଭେଟିଥିବା ମହିଳାମାନେ ପ୍ରିୟଙ୍କାଙ୍କୁ ଦେଖି କାନ୍ଦି ପକାଇଥିଲେ ଓ ସମସ୍ତ ଘଟଣା ବର୍ଣ୍ଣନା କରିଥିଲେ। ଏହା ପୂର୍ବରୁ ପ୍ରିୟଙ୍କା କହିଥିଲେ ପ୍ରଶାସନ ଯେଉଁଠି ହେଉନା କାହିଁକି ପୀଡିତଙ୍କ ସହ ତାଙ୍କୁ ଅନୁମତି ଦେଉ। ଏପଟେ ପୀଡିତଙ୍କୁ ପ୍ରିୟଙ୍କାଙ୍କ ସହ ଦେଖା କରିବାକୁ ପ୍ରଶାସନ ସୁଯୋଗ ଦେଉ ନ ଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ପ୍ରିୟଙ୍କା କହିଛନ୍ତି ପ୍ରଶାସନର ଏଭଳି ଚିନ୍ତାଧାରା ସେ ବୁଝି ପାରୁ ନାହାଁନ୍ତି। କାରଣ ପୀଡିତ ପରିବାର ତାଙ୍କୁ ଦେଖା କରିବାକୁ ଚାହୁଁଥିବା ବେଳେ ସେମାନଙ୍କୁ ଆସିବାକୁ ଅନୁମତି ଦିଆଯାଉ ନାହିଁ କି ତାଙ୍କୁ ମଧ୍ୟ ସେଠାକୁ ଯିବାକୁ ଦିଆଯାଉ ନାହିଁ। ଯାହାକୁ ନେଇ ପ୍ରଶାସନ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ପ୍ରିୟଙ୍କା।

Share