ସୈଫ୍‌-କରିନାଙ୍କ ବିବାହ ବେଳର ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ସୈଫ୍‌ ଅଲ୍ଲୀ ଖାନ୍‌ ଓ କରିନା କପୁରଙ୍କ ବିବାହ ସମୟର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋଟିରେ ଶେରଓ୍ବାନୀ ପିନ୍ଧିଛନ୍ତି ସୈଫ୍‌। ସେହିଭଳି କରିନା ବୋହୁ ବେଶରେ ଅଛନ୍ତି। ପରିବାରର ଏହି ଫଟୋରେ ଅନ୍ୟମାନଙ୍କ ମଧ୍ୟରେ ଶର୍ମିଳା ଟାଗୋର, ଶୋହା ଅଲ୍ଲି ଖାନ୍‌, ସବା ଅଲ୍ଲୀ ଖାନ୍‌, ସାରା ଅଲ୍ଲୀ ଖାନା ଓ ଇବ୍ରାହିମ୍‌ ଅଲ୍ଲୀ ଖାନ ନଜର ଆସୁଛନ୍ତି। ସାରା ଏବଂ ଇବ୍ରାହିମ୍‌ ଛୋଟ ଥିବା ଯୋଗୁ କ୍ୟୁଟ୍‌ ଦେଖାଯାଉଛନ୍ତି।

୨୦୦୪ରେ ବିବାହ କରିଥିଲେ ସୈଫ୍‌ ଓ କରିନା। ସାରାଙ୍କ ମା’ ଅମ୍ରିତାଙ୍କୁ ଛାଡ଼ପତ୍ର ଦେବା ପରେ କରିନାଙ୍କ ହାତ ଧରିଥିଲେ ସୈଫ୍‌। ଏବେ ଉଭୟଙ୍କ ପୁଅ ତୈମୁର ହୋଇଛି। ଖୁବ୍‌ କମ୍‌ ବୟସରେ ମଧ୍ୟ ସେ ସୋସିଆଲ ମିଡିଆ ସେନ୍‌ସେସନ ହୋଇଛନ୍ତି।

Share