ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି ଅଭିଯୋଗରେ ଓ୍ବେବପୋର୍ଟାଲ ଖବରଦାତା ଗିରଫ

ନୂଆପଡା ଅଫିସ,୪।୪- ରାଜ୍ୟ ପୋଲିସ ପ୍ରଶାସନ କରୋନା ନାଁରେ ଗୁଜବ କିମ୍ବା ବିଭ୍ରାନ୍ତି ସୃଷ୍ଟି ନ କରିବାକୁ ସବୁବେଳେ ତାଗିଦା କରୁଛି। ଏଭଳିକି କେତେଜଣଙ୍କୁ ଗିରଫ ମଧ୍ୟ କଲାଣି। ତଥାପି ଲୋକଙ୍କ ଭୟ ରହୁନି । ଏହିକ୍ରମରେ ନୂଆପଡ଼ା ଜିଲା ଖଡିଆଳ ସହରର ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ନିଜକୁ ଏକ ଓ୍ବେବ ପୋର୍ଟାଲର ଖବରଦାତା ଭାବେ ପରିଚୟ ଦେଇଛନ୍ତି। ଅଭିଯୁକ୍ତ ହେଲେ ଚିତ୍ତ ମହାପାତ୍ର (୪୮)। ତାଙ୍କୁ ମିଥ୍ୟା ଭିଡିଓ ଏଡିଟିଂ କରି ଗୁଜବ ସୃଷ୍ଟି କରିଥିବା ଅଭିଯୋଗରେ ଗିରଫ କରାଯାଇଛି ।