Categories: ଖେଳ

ସେହ୍ବାଗଙ୍କ ସ୍କୁଲରେ ଟ୍ରେନିଂ ନେଉଛନ୍ତି ପୁଲଓ୍ବାମା ଶହୀଦଙ୍କ ପୁଅ

ନୂଆଦିଲ୍ଲୀ,୧୭।୧୦- ଗତ ଫେବୃୟାରୀରେ ପୁଲଓ୍ବାମା ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ପୁଅ କ୍ରିକେଟ ଟ୍ରେନିଂ ନେଉଥିବାବେଳର କିଛି ଫଟୋ ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେହ୍ବାଗ ଟୁଇଟ୍‌ କରିଛନ୍ତି। ଏହାର କ୍ୟାପଶନରେ ସେ ଲେଖିଛନ୍ତି, ହିରୋଙ୍କ ପରିବାରକୁ ସାହାଯ୍ୟ କରିବାର ଅଧିକାର ମିଳିଥିବାରୁ ଭାଗ୍ୟବାନ ମନେ କରୁଛି। ପୁଲଓ୍ବାମା ଶହୀଦ ରାମ ଭକିଲଙ୍କ ପୁଅ ବ୍ୟାଟ୍ସମ୍ୟାନ ଅର୍ପିତ ସିଂ ବ୍ୟାଟିଂ କରୁଥିବାବେଳେ ବିଜୟ ସୋରେଙ୍ଗଙ୍କ ପୁଅ ରାହୁଲ ସୋରେଙ୍ଗ ବୋଲିଂ କରୁଛନ୍ତି। ଏମାନଙ୍କ ଖୁସିଠାରୁ ଖୁବ୍‌ କମ ବଡ଼ କାର୍ଯ୍ୟ ଅଛି। ସେହ୍ବାଗଙ୍କ ଏହି ଟୁଇଟ୍‌କୁ ବହୁ ସଂଖ୍ୟାରେ ପ୍ରଶଂସକ ପସନ୍ଦ କରୁଛନ୍ତି। କିଛି ପ୍ରଶଂସଙ୍କ ଏହାକୁ ରିଟୁଇଟ୍‌ କରି ଲେଖିଛନ୍ତି, ଯବାନମାନେ ଆମ ପାଇଁ ଜୀବନ ଦେଉଛନ୍ତି। ସେମାନଙ୍କ ପ୍ରତି ଆମର ମଧ୍ୟ ଦାୟିତ୍ୱ ରହୁଛି। ଉଲ୍ଲେଖଥାଉ କି, ଫେବୃୟାରୀ ୧୪ ତାରିଖରେ କଶ୍ମୀରର ପୁଲଓ୍ବାମା ଆକ୍ରମଣରେ ୪୦ ସିଆରପିଏଫ ଯବାନ ଶହୀନ ହୋଇଥିଲେ।

Share