Categories: ଖେଳ

ସେହ୍ବାଗଙ୍କୁ ଚେତାବନୀ ଦେଲେ ପାକିସ୍ତାନ କ୍ରିକେଟର

କରାଚୀ,୨୯।୧- ଭାରତୀୟ ଓପନର ବୀରେନ୍ଦ୍ର ସେହ୍ବାଗ ପାକିସ୍ତାନ କ୍ରିକେଟରଙ୍କ ସହ ବାକ୍‌ଯୁଦ୍ଧ କରିବା କିଛି ନୂଆ ନୁହେଁ। କିନ୍ତୁ ଜଣେ ପାକିସ୍ତାନ ପେସର ସେହ୍ବାଗଙ୍କୁ ଚେତାବନୀ ଦେଇଛନ୍ତି। ଉକ୍ତ ପାକିସ୍ତାନ ପେସର ହେଉଛନ୍ତି ରଣା ନବେଦ ଉଲ ହସନ। ସେ ୟୁଟ୍ୟୁବରେ ଏକ ଭିଡିଓ ପୋଷ୍ଟ କରି ସେହ୍ବାଗଙ୍କୁ ପାକିସ୍ତାନ କିମ୍ବଦନ୍ତୀ କ୍ରିକେଟରଙ୍କ ସମ୍ପର୍କରେ ଭାବି ଚିନ୍ତି କମେଣ୍ଟ ଦେବାକୁ କହିଛନ୍ତି। ଦୁଇ ବର୍ଷ ତଳେ ସେହ୍ବାଗ ଏଭଳି କିଛି କମେଣ୍ଟ ଦେଇଥିଲେ। ସେଥର ଚୁପ ଥିଲୁ। କିନ୍ତୁ ଏବେ ବାଧ୍ୟ ହୋଇ କହିବାକୁ ପଡ଼ୁଛି। ଆମ କିମ୍ବଦନ୍ତୀ ଖେଳାଳିଙ୍କ ସମ୍ପର୍କରେ ଆଉ ଗୋଟିଏ ଶବ୍ଦ କୁହନାହିଁ। ଆମେ ବରିଷ୍ଠ ଖେଳାଳିଙ୍କୁ ସମ୍ମାନ ଦେଉ। ଆମ କିମ୍ବଦନ୍ତୀଙ୍କ ସମ୍ପର୍କରେ ଏଭଳି ବେକାର କଥା କରନାହିଁ। ଗଣମାଧ୍ୟମ ଚ୍ୟାନେଲରେ ବସିବା ପାଇଁ ପ୍ରତ୍ୟେକ ଦୁଇ ତିନି ମାସରେ ଥରେ ପାକିସ୍ତାନ ଖେଳାଳିଙ୍କ ଲାଗି ସେହ୍ବାଗ ବୟାନବାଜି କରୁଛନ୍ତି ବୋଲି ନବେଦ ଉଲ ହସନ କହିଛନ୍ତି। ନିକଟରେ ପୂର୍ବତନ ପାକିସ୍ତାନ ପେସର ଶୋଏବ ଅଖତର ଓ ସେହ୍ବାଗଙ୍କ ମଧ୍ୟରେ ବାକ୍‌ଯୁଦ୍ଧା ହୋଇଥିଲା। ଏପରି କି ପୂର୍ବତନ ଭାରତୀୟ ଓପନରଙ୍କ ମୁଣ୍ଡରେ ଥିବା ଚୁଟିଠାରୁ ଅଧିକ ଟଙ୍କା ରଖିଥିବା ଅଖତର କମେଣ୍ଟ ଦେଇଥିଲେ। ଏଥିପୂର୍ବରୁ ଅଖତର ଭାରତରେ ବ୍ୟବସାୟ କରିବା ପାଇଁ ଟିମ ଇଣ୍ଡିଆକୁ ସମର୍ଥନ କରୁଥିବା ସେହ୍ବାଗ ମନ୍ତବ୍ୟ ଦେଇଥିଲେ ଏବଂ ଏହିଠାରୁ ଆରମ୍ଭ ହୋଇଥିଲା ବିବାଦ। ଉଲ୍ଲେଖଯୋଗ୍ୟ, ରଣା ଅନ୍ତର୍ଜାତୀୟ ସ୍ତରରେ ୯ ଟେଷ୍ଟ ଓ ୭୪ ଦିନିକିଆ ଖେଳି ମୋଟ ୧୨୮ ଉଇକେଟ ନେଇଛନ୍ତି।

Share