ସେହି ତିନି ବର୍ଷ

ବିଦ୍ୟା ବାଲାନ ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ। ‘ଡାର୍ଟି ପିକ୍ଚର୍ସ’ ଏବଂ ‘କାହାନୀ’ ପରି ଚଳଚ୍ଚିତ୍ର ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଥିଲା। ବିଦ୍ୟାଙ୍କ ଅଭିନୟ ଜୀବନର ପ୍ରଥମାର୍ଦ୍ଧ ସଂଘର୍ଷମୟ ଥିଲା। ଏକତା କପୁରଙ୍କ ଟେଲିଭିଜନ ଶୋ’ ‘ହମ୍‌ ପାଞ୍ଚ୍‌’ରୁ ଆରମ୍ଭ ହୋଇଥିଲା ତାଙ୍କ ଅଭିନୟ ଜୀବନ। ସେତେବେଳେ ତାଙ୍କୁ ହୋଇଥିଲା ମାତ୍ର ୧୬ ବର୍ଷ। ହେଲେ ବଲିଉଡ୍‌ରେ ପାଦ ଦେବା ପରେ ତିନି ବର୍ଷ ତାଙ୍କୁ ବେଶ୍‌ ପରିଶ୍ରମ କରିବାକୁ ପଡିଥିଲା। ସେହି ସମୟକୁ ଏବେ ମଧ୍ୟ ସେ ମନେପକାନ୍ତି। ଏ ବିଷୟରେ ସେ କହନ୍ତି, ‘ବଲିଉଡ୍‌ରେ ଆକ୍ଟିଂ ଲାଇନ୍‌କୁ କେତେକେ ହାଲ୍‌କା ଭାବେ ନେଇଥାଆନ୍ତି। ହେଲେ ପରିଶ୍ରମ ବିନା ସଫଳତା ମିଳି ନ ଥାଏ। ତେଣୁ ନିଜ ଉପରେ ମୁଁ ସବୁବେଳେ ଶତ ପ୍ରତିଶତ ବିଶ୍ୱାସ ରଖିଥାଏ। ମୁଁ ସବୁବେଳେ ନିଜ ମାନସିକତାକୁ ସକାରାତ୍ମକ ରଖିବାକୁ ଚେଷ୍ଟାକରେ। ତେଣୁ ମୋ କ୍ୟାରିୟର ଭିତରେ ବେଶ୍‌ କେତୋଟି ଭଲ ସିନେମାରେ ମୁଁ ଅଭିନୟ କରିପାରିଛି।’ ଅବସର ସମୟରେ ନାମୀ ଲେଖକଙ୍କ ରଚିତ ବହି ପଢ଼ିବାକୁ ସେ ଭଲ ପାଆନ୍ତି। ବିଦ୍ୟାଙ୍କ ପ୍ରିୟ ଅଭିନେତା ହେଲେ ଚାର୍ଲି ଚାପ୍‌ଲିନ୍‌। ନିଜ ଆକ୍ଟିଂ କ୍ୟାରିୟରର ଆଦର୍ଶ ହେଲେ ସବାନା ଆଜ୍‌ମୀ ଏବଂ ମାଧୁରୀ ଦୀକ୍ଷିତ।

Share