ସେଲ୍‌ଫି ପାଇଁ

ସେଲ୍‌ଫି ପାଇଁ ନିକଟରେ ‘ଭାରତ’ର ନାୟିକା କ୍ୟାଟ୍ରିନା କୈଫଙ୍କୁ ହଟହଟା ହେବାକୁ ପଡ଼ିଥିଲା। ଥରେ ସେ ଏହାର ପ୍ରମୋ ପାଇଁ ଏକ ପ୍ରେକ୍ଷାଳୟକୁ ଯାଇଥିଲେ। ସେଠାରେ ଉପସ୍ଥିତ ତାଙ୍କର ପ୍ରଶଂସକ ତାଙ୍କ ସହ ସେଲଫି ନେବାକୁ ଚାହିଁଥିଲେ। ଏହାକୁ ବା ସେ କିପରି ଏଡାଇ ଦେଇ ପାରିଥାଆନ୍ତେ?
ତେଣୁ ଜଣ ଜଣ କରି ପ୍ରଶଂସକଙ୍କ ସହ ସେ ସେଲ୍‌ଫି ଦେବାରେ ବ୍ୟସ୍ତ ରହିଲେ। ତା’ ଭିତରେ କେତେ ବେଳେ ଦେଢ଼ ଘଣ୍ଟା ବିତିଗଲାଣି ସେ ଜାଣିପାରିଲେ ନାହିଁ। କାରଣ ସେହି ପ୍ରେକ୍ଷାଳୟରେ ସେ ଅଧ ଘଣ୍ଟାଏ ରହି ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାମରେ ଯାଇଥାଆନ୍ତେ। ହେଲେ ଶେଷକୁ ସେଲ୍‌ଫି ପାଇଁ ସେହି କାମକୁ କ୍ୟାଟ୍ରିନା କ୍ୟାନସେଲ କରିଥିଲେ।

Share