Categories: ଜାତୀୟ

ସେଲ୍‌ଫି ନେବା ବାହାନାରେ ୧୦ ରାଜନେତାଙ୍କ ପକେଟ୍‌ମାର

ଜଳନ୍ଧର,୩୦।୫: ପଞ୍ଜାବ ଫତେହଗଡ଼ ସାହିବ୍‌ରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଏକ ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିବା ୧୦ ରାଜନେତାଙ୍କ ସହିତ ସେଲ୍‌ଫି ନେବା ବାହାନାରେ ସେମାନଙ୍କର ପକେଟ୍‌ମାର୍‌ କରିଯାଇଥିବା ଅଭିଯୋଗ ହୋଇଛି। ଏହି ଲୋକ ସଭା ଆସନରୁ ନିର୍ବାଚିତ ହୋଇଥିବା କଂଗ୍ରେସ ପ୍ରାର୍ଥୀ ଡ. ଅମର ସିଂଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ସ୍ଥାନୀୟ ଅମଲୋହ ରୋଡ୍‌ସ୍ଥିତ ବଙ୍କ୍ବେଟ୍‌ ହଲ୍‌ରେ ରାଜନେତାମାନେ ଏକତ୍ରିତ ହୋଇଥିଲେ। ଏହି ସଭାରେ ବିଧାୟକ ରଣଦୀପ୍‌ କାକାଙ୍କ ସମେତ ୧୦ ରାଜନେତାଙ୍କ ପକେଟମାର୍‌ ହୋଇଥିବା ପୋଲିସ ସୂଚନା ଦେଇଛି। ତେବେ ପକେଟ୍‌ମାର କରିଥିବା ଅପରାଧୀଙ୍କୁ ଚିହ୍ନଟ କରାଯାଇଥିବା ସ୍ଥାନୀୟ ଡିଏସ୍‌ପି ଗୁର୍‌ଶେର୍‌ ସାନ୍ଧୁ ପ୍ରକାଶ କରିଛନ୍ତି। ଏନେଇ ତଦନ୍ତ ଜାରି ରହିଛି।

Share