Categories: ଜାତୀୟ

ସେଲୁନରେ ବାଳ କାଟିବାକୁ ହେଲେ ଦେଖାଇବାକୁ ପଡିବ ଆଧାର କାର୍ଡ !

ଚେନ୍ନାଇ,୨।୬: କରୋନା ଭାଇରସ ସଂକ୍ରମଣକୁ ରୋକିବାକୁ ଗତ ମାର୍ଚ୍ଚ ମାସରୁ ଦେଶରେ ଲାଗୁ ହୋଇଥିଲା ଲକ୍‌ଡାଉନ। ହେଲେ ଜୁନ୍‌ ପହିଲାରୁ ଅନ୍‌ଲକ୍‌ ୧.୦ ଲାଗୁ ହେବା ପରେ ଲକ୍‌ଡାଉନର ସମସ୍ତ ନିୟମରେ ପ୍ରାୟତଃ କୋହଳ କରାଯାଇଛି। ଏମିତିକି କିଛି ରାଜ୍ୟରେ ସ୍ପା, ସେଲୁନ ଆଦି ଖୋଲିବାକୁ ଅନୁମତି ମିଳିଥିବା ବେଳେ କେତେକ ରାଜ୍ୟରେ ଏସବୁ ଖୋଲିବାକୁ ବାରଣ କରାଯାଇଛି। ତାମିଲନାଡୁ ସରକାର ସେଲୁନ ଖେଶଲିବାକୁ ଅନୁମତି ପ୍ରଦାନ କରିଛନ୍ତି। ହେଲେ ଏହାକୁ ନେଇ ସରକାର ଯେଉଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ସେଥିରେ ଉଲ୍ଲେଖ କରାଯାଇଛି ଯଦି କେହି ବ୍ୟକ୍ତି ସେଲୁନ ଅବା ବିୟୁଟି ପାର୍ଲରରେ ବାଳ କାଟିବାକୁ ଯାଉଛନ୍ତି ତେବେ ତାଙ୍କୁ ଆଧାର କାର୍ଡ ଦେଖାଇବାକୁ ପଡିବ।

Share