Categories: ଫୁରସତ

ସେଲିବ୍ରିଟିଙ୍କ ଡର

ପ୍ରତ୍ୟେକ ବ୍ୟକ୍ତିଙ୍କର କୌଣସି ନା କୌଣସି ଜିନିଷ ଲାଗି ଡର ନିଶ୍ଚିତ ଭାବେ ରହିଥାଏ। ତେବେ ବଲିଉଡର କିଛି ସେଲିବ୍ରିଟିଙ୍କ କ’ଣ ସବୁ ଡର ରହିଛି ଆସନ୍ତୁ ଜାଣିବା…

* ଶ୍ରଦ୍ଧା କପୁରଙ୍କୁ ବିଜୁଳି ଏବଂ ଘଡଘଡିକୁ ବହୁତ ଡରଲାଗେ। ଏହାବ୍ୟତୀତ ତାଙ୍କର ହାଇଟ୍‌ ଫୋବିଆ ମଧ୍ୟ ରହିଛି।

* ରଣବୀର କପୁରଙ୍କୁ ପାଣିକୁ ଡର ଲାଗୁଥିଲା କିନ୍ତୁ କାଳକ୍ରମେ ଏହି ଡର ଦୂର ହୋଇଯାଇଥିଲା କିନ୍ତୁ ଆଜି ବି ତାଙ୍କୁ ଅସରପା ଏବଂ ବୁଢିଆଣୀ ଦେଖିଲେ ଡର ଲାଗେ।

* କିଙ୍ଗ୍‌ ଖାନ୍‌ ଶାହରୁଖଙ୍କ ଘୋଡା ଚଢିବା ପ୍ରତି ରହିଛି ଭୟ।

* ଆଲିଆ ଭଟ୍ଟଙ୍କୁ ଡରଲାଗିଥାଏ ଅନ୍ଧାରକୁ ତେଣୁ ରାତିରେ ଶୋଇଲା ବେଳେ ସେ ଡିମ୍‌ ଲାଇଟ୍‌ ଲଗାଇ ଶୋଇଥାନ୍ତି।

* ସାପକୁ ବହୁତ ଡରିଥାନ୍ତି ଦୀପିକା ପାଦୁକୋନ।

* ଅନୁଷ୍କା ଶର୍ମାଙ୍କୁ ବାଇକ୍‌ରେ ବସିବା ଏବଂ ଚଳେଇବା ପାଇଁ ବହୁତ ଡର ଲାଗିଥାଏ।

* ସୋନମ କପୁରଙ୍କ ଡର ହେଉଛି ବନ୍ଦ କୋଠରି। ତେଣୁକରି ସେ ଲିଫ୍ଟରେ ଯିବା ଅପେକ୍ଷା ପାହାଚ ଚଢି ଯିବାକୁ ପସନ୍ଦ କରିଥାନ୍ତି।

* ବିଦ୍ୟା ବାଲାନଙ୍କୁ ଡର ରହିଛି ବିଲେଇ ପ୍ରତି।

* ଅର୍ଜୁନ କପୁରଙ୍କର ସିଲିଙ୍ଗ ଫ୍ୟାନ ପ୍ରତି ରହିଛି ବହୁତ ଭୟ। ତେଣୁ ତାଙ୍କ ଘରେ ଗୋଟିଏ ବି ସିଲିଙ୍ଗ ଫ୍ୟାନ ନାହିଁ।

* ଅଜୟ ଦେବଗନଙ୍କୁ ହାତରେ ଖାଇବା ପାଇଁ ଡର ଲାଗିଥାଏ ତେଣୁ ସେ ଖାଇବା ପାଇଁ ଚାମଚ ବ୍ୟବହାର କରିଥାନ୍ତି।

Share