ସେଲଫି ଭିଡିଓରୁ ଜାଣି ହେବ ବ୍ଲଡପ୍ରେସର

ଏଣିକି ବ୍ଲଡପ୍ରେସର ମାପିବ ସେଲଫି ଭିଡିଓ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କାନାଡା ଟରୋଣ୍ଟୋ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ମୋବାଇଲର କ୍ୟାମେରାରୁ ବ୍ଲଡ଼ ପ୍ରେସରର ଲେବୁଲ ଜାଣିବା ପାଇଁ ଏକ ନୂଆ ଟେକ୍ନୋଲୋଜି ତିଆରି କରିଛନ୍ତି। ଯାହା ସେଲିଫି ଭିଡିଓ ସାହାଯ୍ୟରେ ବ୍ଲଡ ପ୍ରେସର କେତେ ରହିଯାଇଛି ମପା ଯାଇପାରିବ। ବିଶେଷଜ୍ଞମାନେ ଗବେଷଣା କରିଥିବା ଏହି ଟେକ୍ନୋଲୋଜିର ନଁା ହେଉଛି ଟ୍ରାନ୍ସଡର୍ମଲ ଅପ୍ଟିକାଲ୍‌ ଇମୋଜିଂ। ଏହି ଟେକ୍ନୋଲୋଜି ସାହାଯ୍ୟରେ ମୁହଁର ଚର୍ମରୁ ବ୍ଲଡପ୍ରେସର କେତେ ରହିଛି ଜାଣିହେବ। ଏହାକୁ ବୁଝିବା ପାଇଁ ଉକ୍ତ ଟେକ୍ନୋଲୋଜି ୨ ମିନିଟର ସେଲଫି ଭିଡିଓକୁ ବ୍ୟବହାର କରିବ। ଭିଡିଓ ତିଆରି ସମୟରେ ମୋବାଇଲର କ୍ୟାମେରାରେ ଲାଗିଥିବା ଅପ୍ଟିକାଲ ସେନ୍‌ସର ମୁହଁରେ ପଡ଼ୁଥିବା ନାଲି କିରଣକୁ ଧରି ରଖିବ। ଯାହା ଚର୍ମର ତଳେ ଥିବା ହିମୋଗ୍ଲୋବିନ କାରଣରୁ ପ୍ରତିଫଳିତ ହୋଇଥାଏ। ଏଥିରୁ ଶରୀରରେ ରହିଥିବା ରକ୍ତଚାପର ଲେବୁଲ ବିଷୟରେ ସୂଚନା ମିଳିପାରିବ। ତେବେ ଚାଇନା ଓ କନାଡାରେ ପ୍ରାୟ ୧୩୨୮ ଲୋକଙ୍କ ଉପରେ ବିଶେଷଜ୍ଞ ଏହି ଗବେଷଣା କରିଥିଲେ। ସେହି ସମୟରେ ୯୫ରୁ ୯୬ ପ୍ରତିଶତ ଲୋକଙ୍କ ବ୍ଲଡ଼ ପ୍ରେସର ଲେବୁଲ ବିଷୟରେ ସଠିକ୍‌ ତଥ୍ୟ ମିଳିଥିବା ବେଳେ ଏଥିରେ ୩ ପ୍ରକାରର ବ୍ଲଡ ପ୍ରେସର ମାପିବା ପାଇଁ ସଫଳତା ମିଳିଥିଲା। ଟେଙ୍କ କମ୍ପାନୀର ନ୍ୟୁରୋଲୋଜିକ୍ସ ଏନୁରା ନାମକ ଏକ୍‌ ଆପ୍‌ ତିଆରି କରିଛନ୍ତି। ଯିଏ ୩୦ ମିନିଟର ସେଲଫି ଭିଡିଓରେ ହୃତ୍‌ସ୍ପନ୍ଦନ ଓ ଉତ୍ତେଜନା ସ୍ତରର ସୂଚନା ଦେବ। କମ୍ପାନୀ ଖୁବ୍‌ଶୀଘ୍ର ଏହି ଆପ୍‌ରେ ବ୍ଲଡ ପ୍ରେସର ଜାଣିବା ପାଇଁ ଏକ ଫିଚର ସାମିଲ କରିବାକୁ ଯାଉଛି। ଏହା ସାହାଯ୍ୟରେ କୋଲେଷ୍ଟରଲ, ହିମୋଗ୍ଲୋବିନ ଓ ବ୍ଲଡ ପ୍ରେସରର ଲେବୁଲ ବିଷୟରେ ଜାଣିହେବ। ତେବେ ଏହି ଆପ୍‌କୁ ପ୍ରଥମେ ଚାଇନାରେ ରିଲିଜ୍‌ କରାଯିବ ବୋଲି କମ୍ପାନୀର କର୍ତ୍ତୃପକ୍ଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri