Categories: ଖେଳ

ସେମିଫାଇନାଲରେ ଭାରତ ହାରିଲେ କ’ଣ ହେବ ଦର୍ଶକଙ୍କ ପ୍ରତିକ୍ରିୟା, ଜବାବ ଦେଲେ କୋହଲି

ମାଞ୍ଚେଷ୍ଟର୍‌, ୯।୭: ମାଞ୍ଚେଷ୍ଟରରେ ଖେଳାଯିବ ୨୦୧୯ ବିଶ୍ୱକପ କ୍ରିକେଟର ପ୍ରଥମ ସେମିଫାଇନାଲ ମ୍ୟାଚ। ଏହି ମହାମୁକାବିଲାରେ ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ। ଲିଗ ପର୍ଯ୍ୟାୟରେ ବର୍ଷା ପାଇଁ ଏହି ଦୁଇ ଦଳ ମଧ୍ୟରେ ମ୍ୟାଚ ହୋଇପାରି ନ ଥିଲା। ହେଲେ ସେମିଫାଇନାଲରେ ପୁଣି ଭେଟିବାକୁ ଯାଉଛନ୍ତି ଏହି ଦୁଇ ଦଳ। ଏହା ପୂର୍ବରୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ସେମିଫାଇନାଲରେ ଭାରତ ହାରିଲେ କ’ଣ ହେବ ଦର୍ଶକଙ୍କ ପ୍ରତିକ୍ରିୟା ବୋଲି ପଚରାଯିବାକୁ ସେ ହସି ହସି ମଜାରେ କହିଥିଲେ, ନ୍ୟୁଜିଲାଣ୍ଡ ଦର୍ଶକଙ୍କ ଭଳି ପ୍ରତିକ୍ରିୟା ରହିବ। ଆମେ ଜିତିବା ପାଇଁ ପଡିଆକୁ ଓହ୍ଲାଇବୁ, ହାରିବା ପ୍ରଶ୍ନ କେଉଁଠୁ ଆସୁଛି ବୋଲି କୋହଲି ଓଲଟା ପ୍ରଶ୍ନ କରିଥିଲେ। ଆମର ଲକ୍ଷ୍ୟ କେବଳ ବିଜୟ, ଏହାକୁ ଧ୍ୟାନରେ ରଖି ଆମେ ଖେଳିବୁ ବୋଲି କୋହଲି କହିଛନ୍ତି।

Share