Categories: ଜାତୀୟ

ସେନା ହେଲିକପ୍ଟର ନିର୍ମାଣ କରିବ ହାଲ୍‌

ନୂଆଦିଲ୍ଲୀ,୨ା୩(ପି.ଟି.): ହିନ୍ଦୁସ୍ତାନ ଏରୋନଟିକ୍ସ ଲିଃ (ହାଲ୍‌) ସୈନ୍ୟବାହିନୀ ପାଇଁ ୧୦ରୁ ୧୨ ଟନ୍‌ ଓଜନ ବିଶିଷ୍ଟ ଲଢ଼ୁଆ ହେଲିକପ୍ଟର ନିର୍ମାଣ କରିବ। ଏହା ବିଶ୍ୱ ସ୍ତରରେ ବୋଇଂ କମ୍ପାନୀର ଆପାଚେ ଭଳି ମଧ୍ୟମ ଓଜନଦାର ସାମରିକ ହେଲିକପ୍ଟର ହେବ। ଏଥିପାଇଁ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇଛି ଓ ୨୦୨୭ ସୁଦ୍ଧା ହେଲିକପ୍ଟର ନିର୍ମାଣ ଲାଗି ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ୩ ବାହିନୀ ପାଇଁ ଆଗାମୀ ବର୍ଷରେ ୪ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ସାମରିକ ହେଲିକପ୍ଟର ଆମଦାନୀ କରିବାକୁ ଥିବାବେଳେ ଏହାକୁ ରୋକିବା ଏହି ମେଗା ପ୍ରକଳ୍ପର ଉଦ୍ଦେଶ୍ୟ ବୋଲି ହାଲ୍‌ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଆର୍‌. ମାଧବନ କହିଛନ୍ତି। ହେଲିକପ୍ଟରର ପ୍ରାରମ୍ଭିକ ଡିଜାଇନ ଚୂଡ଼ାନ୍ତ ହୋଇଛି। ସରକାରଙ୍କଠାରୁ ସବୁଜ ସଙ୍କେତ ମିଳିଲେ ୨୦୨୩ ସୁଦ୍ଧା ପ୍ରଥମ ପ୍ରୋଟୋଟାଇପ୍‌ର ଅନୂ୍ୟନ ୫୦୦ ୟୁନିଟ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି।

Share