ସେନା ହେଲିକପ୍ଟର ଦୁର୍ଘଟଣାରେ ୪ ମୃତ

ଜାକର୍ତ୍ତା, ୭ା୬: ଇଣ୍ଡୋନେସିଆର ଏକ ସେନା ହେଲିକପ୍ଟର କେନ୍ଦ୍ରୀୟ ଜାଭା ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହେବାରୁ ୪ ଜଣଙ୍କ ମୃତ୍ୟୁ ଘଟିବା ସହ ୫ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ହେଲିକପ୍ଟରରେ ୯ ଜଣ ଥିଲେ। ଆହତଙ୍କୁ କେଣ୍ଡାଲ ଜିଲା ହସ୍ପିଟାଲରେ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି। ହେଲିକପ୍ଟରଟି ଖୁବ୍‌ ନିକଟରେ ଉଡ଼ୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଇଛି। ୨ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଥିବା ପ୍ରକାଶ।

Share