ସେନା ହସ୍ପିଟାଲରେ ବିସ୍ଫୋରଣ: ୧୦ ଆହତ

ଇସଲାମାବାଦ,୨୪।୬: ପାକିସ୍ତାନର ରାଓ୍ବଲପିଣ୍ଡିରେ ଥିବା ସେନା ହସ୍ପିଟାଲରେ ରବିବାର ଏକ ବଡ ଧରଣର ବିସ୍ଫୋରଣ ହୋଇଛି। ଯେଉଁଥିରେ ୧୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ହେଲେ ଏହି ବିସ୍ଫୋରଣର କଭରେଜ କରିବାକୁ ଗଣମାଧ୍ୟମକୁ ବାରଣ କରିଛି ସେନା। ତେବେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପାକିସ୍ତାନୀ ଟୁଇଟର ୟୁଜରମାନେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଜୈଶ-ଇ-ମୋହମ୍ମଦ ଆତଙ୍କବାଦୀ ସଙ୍ଗଠନର ମୁଖ୍ୟ ମସୁଦ ଅଜହର ଯେଉଁଠି ଚିକିତ୍ସା ଲାଗି ଭର୍ତ୍ତି ହୋଇଛନ୍ତି ସେହି ହସ୍ପିଟାଲରେ ହୋଇଛି ବିସ୍ଫୋରଣ।

Share