ସେନା ପୋଷାକରେ ଆମିର

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଭାବେ ପରିଚିତ ଆମିର ଖାଁ ନିକଟରେ ସେନା ପୋଷାକରେ ନଜର ଆସିଛନ୍ତି। ସବୁବେଳେ ନିଜ କାମକୁ ଶହେ ପ୍ରତିଶତ ଦେବାକୁ ଚେଷ୍ଟା କରୁଥିବା ଆମିର ଏବେ ତାଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ଲାଲ ସିଂ ଚଢା’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହାକୁ ନେଇ ବିଭିନ୍ନ ସମୟରେ ଆମିର ଭିନ୍ନ ଭିନ୍ନ ଲୁକ୍‌ରେ ନଜର ଆସିଛନ୍ତି। ଏଥର ଆମିର ସେନା ପୋଷାକରେ ନଜର ଆସିବା ପରେ ତାଙ୍କର ହି ଫଟୋ ସାସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ସେ ଜଣେ ଫ୍ୟାନଙ୍କ ସହ ସେଲ୍‌ଫିରେ ନଜର ଆସିଛନ୍ତି। ପୂର୍ବ ଅପେକ୍ଷା ତାଙ୍କର ଲୁକ୍‌ ସମ୍ପୂର୍ଣ୍ଣ ଭିନ୍ନ ରହିଛି। ଏଥିରେ ସେ କ୍ଲିନ୍‌ ସେଭ୍‌ରେ ଅଛନ୍ତି। ପୂର୍ବରୁ ଆମିର ଏହି ଫିଲ୍ମର ଏକ ଫଟୋରେ ଦାଢି ଓ ପଗଡିରେ ନଜର ଆସିଥିଲେ ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

Share