Categories: ଜାତୀୟ

ସେନା ନିକଟରେ ଥିବା ଯୁଦ୍ଧାସ୍ତ୍ର ସମ୍ପର୍କରେ ତଥ୍ୟ ନେବେ ପ୍ରତିରକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ,୨୭।୬: ଯୁଦ୍ଧ ପରିସ୍ଥିତିର ସାମ୍ନା କରିବାକୁ ୩ ସେନାଙ୍କ ନିକଟରେ ଥିବା ଯୁଦ୍ଦାସ୍ତ୍ର ସମ୍ପର୍କରେ ତଥ୍ୟ ସଂଗ୍ରହ କରିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ। ଏହାସହ ଯଦି କିଛି ଯୁଦ୍ଧାସ୍ତ୍ର କମ୍‌ ଅଛି ତେବେ ସେଥିପାଇଁ କି ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ମଧ୍ୟ ତଥ୍ୟ ରଖିବେ। ଚଳିତ ସପ୍ତାହରେ ଏହାକୁ ନେଇ ରାଜନାଥ ଏକ ବୈଠକ ଡକାଇଥିବା ଜଣାପଡିଛି। ବାଲାକୋଟ ଆକ୍ରମଣ ପରେ ସେନାଙ୍କୁ ଆହୁରି ସଶକ୍ତ କରାଇବା ପାଇଁ ସରକାର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି।

Share