ସେନା ଅଧିକାରୀ ଭୂମିକାରେ ଆୟୁଷ

ମୁମ୍ବାଇ: ‘ଲଭ୍‌ ୟାତ୍ରୀ’ରେ ଡେବ୍ୟୁ କରିଥିବା ଅଭିନେତା ଆୟୁଷ ଶର୍ମା ‘କ୍ୱଥା’ରେ ସେନା ଅଧିକାରୀ ଭୂମିକାରେ ଅଭିନୟ କରିବେ। ଏହି ଆକ୍ସନ-ଡ୍ରାମା ଫିଲ୍ମରେ ଅଭିନୟ ଲାଗି ନିଜକୁ ପ୍ରସ୍ତୁତ କରୁଥିବା ଆୟୁଷ କହିଛନ୍ତି। ସେନା ଅଧିକାରୀ ଭୂମିକାରେ ଅଭିନୟ କରିବା ତାଙ୍କ ପାଇଁ ଗୌରବର କଥା ବୋଲି ସେ କହିବା ସହ ଫିଲ୍ମ ସୁଟିଂକୁ ଅପେକ୍ଷା କରିଥିବା ପ୍ରକାଶ କରିଛନ୍ତି। ଏହି ଫିଲ୍ମଟି ଏକ ସତ୍ୟ ଘଟଣାକୁ ନେଇ ପ୍ରସ୍ତୁତ କରାଯାଇଛି। କେମିତି କେତେକ ଘଟଣା ଜଣେ ମଣିଷର ମତ ଓ ଚିନ୍ତାଧାରାକୁ ବଦଳାଇ ଦିଏ, ତାହା ଏଥିରେ ପ୍ରମାଣିତ କରାଯାଇଛି ବୋଲି ଆୟୁଷ କହିଛନ୍ତି। ସୁନୀଲ ଜୈନ ଓ ଆଦିତ୍ୟ ଜୋଷୀ ପ୍ରଯୋଜିତ ଏହି ଫିଲ୍ମରେ କରନ୍‌ ଲଲିତ୍‌ ବୁଟାନି ନିର୍ଦ୍ଦେଶନା ଦେଉଛନ୍ତି। ଚଳିତ ମାସ ସେପ୍ଟେମ୍ବର ସୁଦ୍ଧା ଏହାର ସୁଟିଂ ସମେତ ସବୁକାର୍ଯ୍ୟ ଶେଷ ହୋଇଯିବ। ୨୦୨୦ରେ ଏହି ଫିଲ୍ମ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି।

Share