ସେନାରେ ଅପବ୍ୟବହାର ହେଉଛି ଦିବ୍ୟାଙ୍ଗ ପେନ୍‌ସନ୍‌ ସ୍କିମ୍‌; ଅନ୍ୟ କାରଣରୁ ଭିନ୍ନକ୍ଷମ ହେଲେ ଟିକସ ଲାଗିବ

ନୂଆଦିଲ୍ଲୀ,୮-୭: ସେନାରେ ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଦିଷ୍ଟ ପେନ୍‌ସନ୍‌ ସ୍କିମ୍‌ ଅପବ୍ୟବହାର ଚାଲିଛି। ବହୁ ସଂଖ୍ୟାରେ ଅଧିକାରୀ ଓ ଯବାନ ଲଢ଼େଇ ନ କରି ଅନ୍ୟ କାରଣରୁ ଭିନ୍ନକ୍ଷମ ହେଉଥିଲେ ସୁଦ୍ଧା ଏହାର ଫାଇଦା ନେଉଛନ୍ତି। କର୍ତ୍ତବ୍ୟରତ ଅବସ୍ଥାରେ ଦିବ୍ୟାଙ୍ଗ ହେବା କ୍ଷେତ୍ରରେ ହିଁ ଯବାନଙ୍କୁ ଭିନ୍ନକ୍ଷମ ପେନସନ ମିଳିବାର ବ୍ୟବସ୍ଥା ରହିଛି। ଏହି ପେନ୍‌ସନ ଉପରେ ଆୟକର ଛାଡ଼ ସୁବିଧା ମିଳେ। ଏହାର ଲାଭ ନେଇ ସେନାଧିକାରୀ ଓ ଯବାନ ନିଜକୁ ଭିନ୍ନକ୍ଷମ ଦର୍ଶାଇ ପେନସନ ପାଇଁ ଆବେଦନ କରୁଛନ୍ତି। ଏହା ଉପରେ କଟକଣା ଲଗାଇବାକୁ ଯାଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇଛି। ଏଣିକି ଦିବ୍ୟାଙ୍ଗ ପେନସନ ଉପରେ ଟିକସ ଲାଗିବ ବୋଲି ସର୍କୁଲାରରେ କୁହାଯିବା ପରେ ଝଡ଼ ଉଠିଛି। ସେନାର ଅବସରପ୍ରାପ୍ତ ଅଧିକାରୀ ଓ ଯବାନ ସର୍କୁଲାରକୁ ବିରୋଧ କରିଛନ୍ତି। ସଂସଦରେ ମଧ୍ୟ ସରକାରଙ୍କୁ ବିରୋଧୀ ଦଳ ଏହି ପ୍ରସଙ୍ଗରେ ଘେରିଛନ୍ତି।
ଦିବ୍ୟାଙ୍ଗ ପେନସନ ସ୍କିମ୍‌ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏକ ଟୁଇଟ୍‌ କରିବା ପରେ ଏହାକୁ ନେଇ ସ୍ଥଳସେନା ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଅର୍ଥମନ୍ତ୍ରୀ ତାଙ୍କ ଟୁଇଟ୍‌ରେ ଭିନ୍ନକ୍ଷମ ପେନସନ ସ୍କିମ୍‌ରେ ଟିକସ ବସାଇବା ଲାଗି ସେନାର ଚାହୁଁଛି ବୋଲି ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ସ୍ଥଳସେନା ସୋସିଆଲ ମିଡିଆ ଜରିଆରେ କହିଛି ଯେ, ଲାଇଫ୍‌ଷ୍ଟାଇଲରେ ପରିବର୍ତ୍ତନ କାରଣରୁ ରୋଗଗ୍ରସ୍ତ ହୋଇ ଭିନ୍ନକ୍ଷମ ହେଉଥିବା ସୈନ୍ୟବାହିନୀର ବହୁ ଅଧିକାରୀ, ଯବାନ ବିକଳାଙ୍ଗ ସ୍କିମ୍‌ର ଅପବ୍ୟବହାର କରି ଫାଇଦା ଉଠାଉଥିବା ଦେଖାଯାଇଛି। ଲଢ଼େଇରେ ସମ୍ପୃକ୍ତ ରହି ଭିନ୍ନକ୍ଷମ ହେଉଥିବା ଯବାନ ଓ ଅଧିକାରୀଙ୍କ ପ୍ରତି ଭାରତୀୟ ସ୍ଥଳସେନା ଚିନ୍ତାଶୀଳ। ତେଣୁ ସେମାନଙ୍କୁ ଅତିରିକ୍ତ ଆର୍ଥିକ ସହାୟତା ଦିଆଯିବା ଆବଶ୍ୟକ। ନିୟମ ଅନୁଯାୟୀ ସେମାନେ ଭିନ୍ନକ୍ଷମ ପେନ୍‌ସନ ପାଇଁ ହକ୍‌ଦାର। କିନ୍ତୁ ଅନ୍ୟ କାରଣରୁ ନିଜର ଭିନ୍ନକ୍ଷମ ହେଉଥିବା ଯବାନ ଓ ଅଧିକାରୀଙ୍କୁ ଦିବ୍ୟାଙ୍ଗ ପେନସନ ଦିଆଯାଇପାରିବ ନାହିଁ। ଦେଶରେ ସେନାକୁ ଏବେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡୁଥିବା ବେଳେ ଏହି ଧାରା ଚିନ୍ତାଜନକ ସ୍ତରରେ ପହଞ୍ଚତ୍ଛି। ସୂଚନାଯୋଗ୍ୟ ଯେ, ଗତ ୨ ବର୍ଷରେ ସ୍ଥଳସେନାରୁ ପ୍ରାୟ ୨୦୦୦ ଅଫିସର ଦିବ୍ୟାଙ୍ଗ ପେନସନ ପାଇଁ ଆବେଦନ କରିଛନ୍ତି। ଏହି ଘଟଣା ଲୋକସଭାରେ ଉଠିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମାମଲାର ଅନୁଧ୍ୟାନ କରିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କାଳରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ(ସିବିଡିଟି) ଅଧ୍ୟକ୍ଷ ପି.ସି. ମୋଦି ରବିବାର କହିଛନ୍ତି ଯେ,ଜୁନ୍‌ ୨୪ରେ ଜାରି କରାଯାଇଥିବା ସର୍କୁଲାର ପୂର୍ବଘୋଷିତ ନୀତିକୁ ସ୍ପଷ୍ଟ କରୁଛି। ଦେଶ ପାଇଁ ଲଢ଼େଇ କରୁଥିବା ସୈନ୍ୟଙ୍କ ପ୍ରତି ଆମର ସମ୍ମାନ ରହିଛି। ବାସ୍ତବ କ୍ଷେତ୍ରରେ ଲଢ଼େଇ କରି ଶାରୀରିକ ଭାବେ ଭିନ୍ନକ୍ଷମ ହେଲେ ଏହି ସ୍କିମ୍‌ ଲାଗୁ ହେବାରେ ଅସୁବିଧା ନାହିଁ। କିନ୍ତୁ ବିଗତ କିଛି ବର୍ଷ ହେଲା ଏହି ସ୍କିମ୍‌ର ଦୁରୁପଯୋଗ ହେଉଥିବା ନେଇ ଡାଟା ଆନାଲିଟିକ୍ସରୁ ଜଣାପଡିଛି। ନୂଆ ସର୍କୁଲାର ଉପରେ ସ୍ପଷ୍ଟୀକରଣ ଦେଇ ପ୍ରମୋଦ କୁମାର କହିଛନ୍ତି ଯେ, ଲଢ଼େଇ ଯୋଗୁ ଭିନ୍ନକ୍ଷମ ହେଲେ ସମ୍ପୃକ୍ତ ଯବାନଙ୍କ ଦିବ୍ୟାଙ୍ଗ ପେନ୍‌ସନ୍‌ ଉପରେ ଟିକସ ଲାଗିବ ନାହିଁ। ପୂର୍ବରୁ ସିବିଡିଟି ପକ୍ଷରୁ ୧୩ ନମ୍ବର ସର୍କୁଲାର ଜାରି କରାଯାଇ ଏହା ଦର୍ଶାଯାଇସାରିଛି। ଏହା ଜାରି ହେବା କ୍ଷଣି ଏହାକୁ ଯୁଦ୍ଧ ଫେରନ୍ତା ତଥା ଦିବ୍ୟାଙ୍ଗ କାରଣରୁ ଅଦିନରେ ଅବସର ନେଇଥିବା ସୈନ୍ୟ ବିରୋଧ କରିଛନ୍ତି। ସେମାନେ ସୋସିଆଲ ମିଡିଆ ଜରିଆରେ ନିଜର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ସୂଚନାଥାଉ କି, ପ୍ରତିରକ୍ଷା ବାହିନୀର ୩ ବିଭାଗର ଯବାନଙ୍କୁ ଭିନ୍ନକ୍ଷମ ହେବା କ୍ଷେତ୍ରରେ ସ୍ବତନ୍ତ୍ର ପେନ୍‌ସନ୍‌ର ବ୍ୟବସ୍ଥା ରହିଛି। ସେମାନଙ୍କ ର଼୍ୟାଙ୍କ୍‌ ଓ ଭିନ୍ନକ୍ଷମ ମାତ୍ରା ଆଧାରରେ ପେନ୍‌ସନ ଦିଆଯାଇଥାଏ। ଏହା ଉପରେ ସେମାନଙ୍କୁ ଟିକସ ଛାଡ଼ ସୁବିଧା ମିଳେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ପାଇଁ BJPର ମାଷ୍ଟରଷ୍ଟ୍ରୋକ୍‌! ସାରା ରାଜ୍ୟରେ ବାହାରିବ…ମୋଦି କରିବେ… 

କୋଲକାତା,୨୧।୨: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ମମତା ବାନାର୍ଜୀଙ୍କ ସରକାରକୁ କ୍ଷମତାରୁ ହଟାଇବା…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଧାଓ୍ବନଙ୍କ ନୂଆ ଇନିଂସ: ପ୍ରେମିକାଙ୍କ ସହ ଧୁମ୍‌ଧାମରେ ବିବାହ ଶେଷ; ବରଯାତ୍ରୀରେ ସାମିଲ ହେଲେ ଏହି କ୍ରିକେଟର; ଦେଖନ୍ତୁ Photos 

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ଶିଖର ଧାଓ୍ବନ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଶନିବାର ୨୧ ଫେବୃଆରୀରେ ସେ…

ପୁଣି ପ୍ରେମରେ ଉବୁଟୁବୁ ମଲାଇକା? ରୋମ୍‌ରୁ ଭାଇରାଲ ହେଲା ଡାଇମଣ୍ଡ ମର୍ଚ୍ଚାଣ୍ଟଙ୍କ ସହ ରୋମାଣ୍ଟିକ୍‌ ଫଟୋ

ମୁମ୍ବାଇ: ବଲିଉଡର ଫିଟନେସ୍‌ କୁଇନ୍‌ ତଥା ଖ୍ୟାତନାମା ଆଇଟମ୍‌ ଗର୍ଲ ମଲାଇକା ଅରୋରା ପୁଣିଥରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ଅଭିନେତା ଅର୍ଜୁନ କପୁରଙ୍କ ସହ…

ଦେଖନ୍ତୁ ଛତିଥରା ଭିଡିଓ, ରାସ୍ତାରେ ଲୁଚିଥିଲା ମୃତ୍ୟୁ! କେହିକିଛି ବୁଝିବା ପୂର୍ବରୁ…

ସାଣ୍ଟିଆଗୋ,୨୧।୨: ଚିଲିର ରାଜଧାନୀ ସାଣ୍ଟିଆଗୋରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ଯେ…

‘AI ଆସିଲେବି ମଣିଷର ସ୍ଥାନ ନେଇପାରିବନି ମେଶିନ’, ସିସ୍କୋ ଅଧିକାରୀ କହିଲେ କେମିତି ପରିବର୍ତ୍ତନ ହେବ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୨୧।୨: କର୍ପୋରେଟ ଜଗତ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ କୃତ୍ରିମ ବୁଦ୍ଧିମତ୍ତା (AI)ର ଦ୍ରୁତ ବର୍ଦ୍ଧିତ ବ୍ୟବହାର ମଧ୍ୟରେ, ମେଶିନଗୁଡ଼ିକ ମଣିଷକୁ ବଦଳାଇବେ ବୋଲି ବଢୁଥିବା ଭୟ…

ବିଦ୍ୟୁତ୍‌ ଟିକସ ବୃଦ୍ଧି ବାତିଲ, ସ୍ମାର୍ଟ ମିଟର ଲଗାଇବା ବନ୍ଦ ନେଇ ସିପିଆଇଏମ୍‌ର ବିକ୍ଷୋଭ

ଛତ୍ରପୁର,୨୧ା୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାପରିଷଦ ଭବନର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ବିଭିନ୍ନ ବିଷୟକୁ ନେଇ ଓଇଆରସି ପକ୍ଷରୁ ଏକ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଟିପିଏସଓଡିଏଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri