ସେଞ୍ଚୁରିୟନ୍‌ ବିଶ୍ୱବିଦ୍ୟାଳୟର ସପ୍ତମ ସମାବର୍ତ୍ତନ ଉତ୍ସବ: ପ୍ରକୃତ ଶିକ୍ଷାର ଉଦ୍ଦେଶ୍ୟ ମନୁଷ୍ୟର ପୁନରୁତ୍ଥାନ

ଜଟଣୀ,୭।୧୨(ଡି.ଏନ୍‌.ଏ.): ଜୀବନର ମାନ ନାଟକୀୟ ଢଙ୍ଗରେ ପରିବର୍ତ୍ତନ ହେଉଛି। ଆଧ୍ୟାତ୍ମିକ ଚେତନା ହିଁ ଆମକୁ ଏକ ସମ୍ପୂର୍ଣ୍ଣ ଓ ସଫଳ ଜୀବନ ଗଠନ କରିବାରେ ସହାୟକ ହୋଇଥାଏ। ବସ୍ତୁଗତ ଲାଳସାର ଊର୍ଦ୍ଧ୍ୱରେ ରହିଲେ ହିଁ ସତ୍ୟର ଆଲୋକପ୍ରାପ୍ତି ହୋଇଥାଏ। ବିଦ୍ୟାର୍ଥୀମାନେ ଏହାକୁ ଜୀବନର ମନ୍ତ୍ର ଭାବେ ଗ୍ରହଣ କରିବା ଉଚିତ। ପ୍ରକୃତ ଶିକ୍ଷାର ଉଦ୍ଦେଶ୍ୟ ମନୁଷ୍ୟର ପୁନରୁତ୍ଥାନ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି। ଜଟଣୀସ୍ଥିତ ସେଞ୍ଚୁରିୟନ୍‌ ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ଅନୁଷ୍ଠିତ ସପ୍ତମ ସମାବର୍ତ୍ତନ ଉତ୍ସବରେ ଅଧ୍ୟକ୍ଷତା କରି ରାଜ୍ୟପାଳ ଏହା କହିଥିଲେ।
କେବଳ ପ୍ରଯୁକ୍ତି ବିଦ୍ୟା ଯଥେଷ୍ଟ ନୁହେଁ, ବସ୍ତୁ ଓ ଚେତନାର ସମ୍ମିଶ୍ରଣ ନିହାତି ଆବଶ୍ୟକ। ଶିକ୍ଷା ମଣିଷକୁ ଅନ୍ଧାରରୁ ଆଲୋକର ବାଟ ଦେଖାଇଥାଏ। ତା’ର ଅନ୍ତଃଚେତନାକୁ ଜାଗ୍ରତ କରିଥାଏ। ଆଧ୍ୟାତ୍ମିକ ଆହାରର ସୁପରିଚାଳନା ହିଁ ବିଦ୍ୟାର୍ଥୀର ମାନସିକତା ହେବା ଦରକାର। ପ୍ରଯୁକ୍ତି ବା ବିଜ୍ଞାନରୁ ଉପଲବ୍ଧ ଜ୍ଞାନ ଅପେକ୍ଷା ନିଜ ଆତ୍ମାକୁ ଚିହ୍ନିବା ଅଧିକ ଜରୁରୀ। ଆତ୍ମା ଏପରି ଏକ ବୃତ୍ତ ଯାହାର ପରିଧି ନାହିଁ। ଶ୍ରୀମଦ୍‌ ଭଗବତ ଗୀତାର ଉଦାହରଣ ଦେଇ କହିଥିଲେ, ଅର୍ଜୁନଙ୍କ ପାଖରେ ଯୁଦ୍ଧ ସମ୍ବନ୍ଧୀୟ ବିଦ୍ୟାର ଭରପୂର ଜ୍ଞାନ ରହିଥିଲା। ହେଲେ ମହାଭାରତ ଯୁଦ୍ଧରେ ସେ ଶ୍ରୀକୃଷ୍ଣଙ୍କ ପାଖରେ ସମ୍ପୂର୍ଣ୍ଣ ସମର୍ପିତ ହୋଇ କର୍ତ୍ତବ୍ୟ ବିଷୟରେ ଜାଣିବାକୁ ଚାହିଁଥିଲେ। ଚେତନା ନିର୍ଜୀବ ବସ୍ତୁର ଊର୍ଦ୍ଧ୍ୱରେ। ସେହିପରି ମନ ଓ ବୁଦ୍ଧି ତା’ ଠାରୁ ଊର୍ଦ୍ଧ୍ୱରେ। ହେଲେ ଆତ୍ମା ସବୁଠାରୁ ଊର୍ଦ୍ଧ୍ୱରେ ବୋଲି କହିଥିଲେ। ଏହା ମନୁଷ୍ୟର ଚେତନାକୁ ଜାଗ୍ରତ କରିଥାଏ। ସମୟ ଓ ସ୍ଥାନର ଊର୍ଦ୍ଧ୍ୱରେ ରହି ସାର୍ବଜନୀନ ଓ ପୂର୍ଣ୍ଣ ମନୁଷ୍ୟ ଗଢିବା ବିଶ୍ୱବିଦ୍ୟାଳୟର ଉଦ୍ଦେଶ୍ୟ ହେବା ଆବଶ୍ୟକ। ଜାତି, ଧର୍ମ, ବର୍ଣ୍ଣ ଓ ବିବାଦର ଊର୍ଦ୍ଧ୍ୱରେ ରହି କେବଳ ଐଶ୍ୱରିକ ପ୍ରେମରେ ବାନ୍ଧି ହୋଇ ରହିବା ଉଚିତ ବୋଲି ସେ କହିଥିଲେ। ବିଦ୍ୟାର୍ଥୀଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ ଜ୍ୟୋତିର କୌଣସି ବାସସ୍ଥାନ ନ ଥାଏ। ଯୁଆଡ଼େ ବିଚ୍ଛୁରିତ ହୋଇଥାଏ ସେସବୁ ସ୍ଥାନକୁ ସେ ଆଲୋକିତ କରିଥାଏ।
ଉତ୍ସବରେ କେନ୍ଦ୍ର ଦକ୍ଷତା ବିକାଶ ସଚିବ ଡ. କେ.ପି. କ୍ରିଷ୍ଣନ୍‌, ବେସାମରିକ ବିମାନ ଚଳାଚଳ ସଚିବ ପ୍ରଦୀପ ସିଂ ଖାରୋଲା ଅତିଥି ଭାବେ ଯୋଗଦେଇ କହିଥିଲେ, ଜୀବନର ପ୍ରତିଟି କ୍ଷେତ୍ରରେ ମଣିଷକୁ ଜ୍ଞାନ ଆହରଣ କରିବାକୁ ପଡ଼ିଥାଏ। ଏଣୁ ସାରାଜୀବନ ବିଦ୍ୟାର୍ଥୀ ଭଳି ରହିବା ଆବଶ୍ୟକ। ସେଞ୍ଚୁରିୟନ ବିଶ୍ୱବିଦ୍ୟାଳୟ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଇ ଉଦ୍ୟୋଗପତି ତିଆରି କରୁଥିବାରୁ ଛାତ୍ରୀଛାତ୍ରମାନେ ମୂଲ୍ୟବୋଧ ଭିତ୍ତିକ କାର୍ଯ୍ୟକରିବା ଉଚିତ ବୋଲି ସେ କହିଥିଲେ। ଉତ୍ସବରେ ୯ ଜଣଙ୍କୁ ସ୍ବର୍ଣ୍ଣପଦକ ସହ ୧୨ଜଣଙ୍କୁ ପିଏଚ୍‌ଡି, ୪୫ ଜଣ ଏମ୍‌ଫିଲ୍‌, ୧୭ ଏମ୍‌ଟେକ୍‌, ୪୯ ଏମ୍‌ବିଏ, ୪୨୩ ଏମ୍‌ଏସ୍‌ସି, ୨ ଏମ୍‌ଏ, ୨୫୨ ବିଏସ୍‌ସି, ୫୦୨ ବି.ଟେକ୍‌, ୩୨ ବିବିଏ, ୧୦ ବି.କମ୍‌, ୭ ବି.ସି.ଏ, ୨୭୩ ବିଏସ୍‌ସି, ୨୦୫ ଡିପ୍ଲୋମା ଓ ୫୫ ଜଣ ଡି.ଫାର୍ମାଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା। ସେଞ୍ଚୁରିୟନ୍‌ ବିଶ୍ୱବିଦ୍ୟାଳୟର ସଭାପତି ପ୍ରଫେସର ମୁକ୍ତିକାନ୍ତ ମିଶ୍ର, ଉପସଭାପତି ପ୍ରଫେସର ଡି.ଏନ. ରାଓ, କୁଳପତି ଡ. ସୁପ୍ରିୟା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri