ସେକ୍ସ ର଼୍ୟାକେଟ୍‌ ଠାବ : ଦୁଇ ଯୁବକଙ୍କ ସହ ଜଣେ ଯୁବତୀ ଅଟକ

ବାସୁଦେବପୁର,୧୭।୧୦: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବେତଡ଼ା ବଜାରରେ ଗଜଲକ୍ଷ୍ମୀ ପୂଜା ଅବସରରେ ଭିଡ଼ ଲାଗିଥିବାବେଳେ ଭଡ଼ା ଘରୁ ପୋଲିସ ସେକ୍ସ ର଼୍ୟାକେଟ୍‌ ଠାବ କରିଛି। ପୋଲିସ ଏହି ଘର ଉପରେ ବୁଧବାର ବିଳମ୍ବିତ ରାତିରେ ଚଢ଼ାଉ କରି ୨ ଜଣ ଯୁବକ ଓ ଜଣେ ଯୁବତୀଙ୍କୁ ଅଟକ ରଖିଛି। ଏହି ଘଟଣାର ଅଧିକ ତଦନ୍ତ ଚାଲିଥିବା ଆଇଆଇସି ମଧୁମିତା ମହାନ୍ତି ସୂଚନା ଦେଇଛନ୍ତି। ଘଟଣା ତଦନ୍ତାଧୀନ ଥିବାରୁ ଗିରଫ ଯୁବକମାନଙ୍କ ସମ୍ପର୍କରେ ପରେ ତଥ୍ୟ ପଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।