Posted inଫୁରସତ

ସେକେଣ୍ଡ୍‌ ହ୍ୟାଣ୍ଡ୍‌ ଶପିଂ ସେଣ୍ଟରରୁ କିଣିଥିଲେ ବ୍ୟାଗ୍‌, ଏଥିରେ ଥିଲା…

ଓ୍ବାଶିଂଟନ୍‌: ଆଜିର ସମୟରେ ସଚ୍ଚୋଟ ବ୍ୟକ୍ତିଙ୍କ ସଂଖ୍ୟା ହାତଗଣତି। ଏହି ଯେମିତି କିଛି ଜିନିଷ ହଜିଗଲେ ପାଇଥିବା ଖୁବ୍‌ କମ୍‌ ଲୋକ ଏହାକୁ ଫେରାଇଥାନ୍ତି। ମାତ୍ର ଆମେରିକାର ସେଣ୍ଟ୍ରାଲ୍‌ ମିଚିଗାନ୍‌ରେ ରହୁଥିବା ୫୦ ବର୍ଷୀୟ ହାଓ୍ବାର୍ଡ କିର୍ବି ସଚ୍ଚୋଟତାର ପରିଚୟ ଦେଇଛନ୍ତି। କିଛିଦିନ ତଳେ ହାଓ୍ବାର୍ଡ ସେକେଣ୍ଡ୍‌ ହ୍ୟାଣ୍ଡ୍‌ ଶପିଂ ସେଣ୍ଟରରୁ ଏକ ବ୍ୟାଗ୍‌ କିଣି ଘରକୁ ଆଣିଥିଲେ। ଯେତେବେଳେ ତାଙ୍କ ଝିଅ ବ୍ୟାଗ୍‌ଟିକୁ ଖୋଲିଲେ ଏଥିରେ ଟଙ୍କା ଭର୍ତ୍ତି ଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏଥିରେ ୩୦ ଲକ୍ଷ ୫୪ ହଜାର ଟଙ୍କା ଥିବା ଦେଖିବାକୁ ମିଳିଥିଲା।
ଏକ ରିପୋର୍ଟ ଅନୁଯାୟୀ, ପରିବାର ଲୋକେ ଏତେ ପରିମାଣର ଟଙ୍କା ଦେଖି ଏଥିରେ କ’ଣ କରିବେ କିଛି ବୁଝିପାରିଲେ ନାହିଁ। ହାଓ୍ବାର୍ଡ ପ୍ରଥମେ ଭାବିଲେ ଏହି ଟଙ୍କାରେ ଘରର କରଜ ଶୁଝିଦେବେ। ଆଉ କିଛି ଟଙ୍କାରେ ବିଳାସମୟ ଜୀବନ ବିତାଇବେ। ଏଥିପାଇଁ ସେ ତାଙ୍କ ଓକିଲଙ୍କ ପରାମର୍ଶ ନେଲେ। ଓକିଲ କହିଲେ, ଏହି ଟଙ୍କା ତୁମ ପାଖରେ ରଖ। ତୁମେ ତ କେଉଁଠୁ ଚୋରି କରିନା ଯେ,ତୁମକୁ ପୋଲିସ ବାନ୍ଧିବ। କିନ୍ତୁ ହାଓ୍ବାର୍ଡଙ୍କ ହୃଦୟ ବାଧା ଦେଲା। ସେ ଚାହିଁଲେ ବ୍ୟାଗ୍‌ଟି ଯେଉଁଠୁ କିଣିଥିଲେ ସେଠାରେ ଫେରାଇ ଦେବେ। ଶେଷରେ ସେଇୟା ହିଁ କଲେ। ଏହି ବ୍ୟାଗ୍‌ଟି ନ୍ୟୁବେରିର ଏକ ପରିବାରର। ତାଙ୍କ ପିତାଙ୍କ ମୃତ୍ୟୁ ପରେ ବ୍ୟାଗ୍‌ଟିକୁ ଆଣି ସେକେଣ୍ଡ୍‌ ହ୍ୟାଣ୍ଡ୍‌ ଶପିଂ ସେଣ୍ଟରରେ ଦାନ କରିଦେଇଥିଲେ। ତେବେ ଦୋକାନ ମାଲିକ ହାଓ୍ବାର୍ଡଙ୍କ ଏପରି ସଚ୍ଚୋଟତା ଦେଖି ତାଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହେଲା ବାଘୁଣୀ ‘ଜୟଶ୍ରୀ’: ୨ ଛୁଆ ମୃତ, ୧ ଜୀବିତ

ବାରଙ୍ଗ,୨୮ା୧୨: ନନ୍ଦନକାନନରେ ମା’ ହୋଇଛି ବାଘୁଣୀ ‘ଜୟଶ୍ରୀ’। ଜନ୍ମ ଦେଇଥିବା ୩ ଛୁଆ ମଧ୍ୟରୁ ୨ଟି ମୃତ୍ୟୁବରଣ କରିଥିବାବେଳେ ଗୋଟିଏ ଜୀବିତ ରହିଛି। ୩ ବର୍ଷୀୟ...

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri