Categories: ଜାତୀୟ

ସେଓ ବିକି ଲକ୍ଷପତି ପାଲଟିଛନ୍ତି ଗ୍ରାମବାସୀ: ପ୍ରତି ପରିବାରର ବାର୍ଷିକ ଆୟ ୭୦ରୁ ୭୫ ଲକ୍ଷ

ଶିମଲା,୫।୮: ହିମାଚଳ ପ୍ରଦେଶ ଶିମଲାଠାରୁ ୯୨ କିଲୋମିଟର ଦୂର ଶାମିଲ ଗାଁ ରହିଛି। ଏହି ଗାଁ ସମୁଦ୍ର ପତ୍ତନଠାରୁ ପ୍ରାୟ ୭୭୭୪ ଫୁଟ ଉଚ୍ଚରେ ଅଛି। ଏଠାରୁ ପ୍ରତିବର୍ଷ ୭ ଲକ୍ଷ ପେଟି ସେଓ ବାହାରକୁ ରପ୍ତାନୀ ହୋଇଥାଏ। ସେଓ ବିକ୍ରି କରି ଗାଁର ପ୍ରତି ପରିବାର ବର୍ଷକୁ ୭୦ରୁ ୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରିଥାନ୍ତି। ଗାଁର ଜନସଂଖ୍ୟା ୧୮ଶହ ରହିଛି। ଏବେ ଏଠାକାର ପ୍ରତି ପରିବାର ସେଓ ଚାଷକୁ ମୁଖ୍ୟ ଜୀବିକା ଭାବେ ଗ୍ରହଣ କରିଛନ୍ତି। ତେବେ ୮୦ ଦଶକରେ ଏଠାରେ ସେଓ ଚାଷ ହେଉ ନ ଥିଲା। ୧୯୯୦ରେ ହୀରା ସିଂ ଡୋଗରା ନାମକ ଜଣ ଚାଷୀ ସେଓ ଚାଷ କରିବା ଆରମ୍ଭ କରିଥିଲେ। ଏହା ସଫଳ ହେବାରୁ ଗାଁର ଅନ୍ୟ ଲୋକେ ସେଓ ଚାଷ ଆରମ୍ଭ କରିଥିଲେ। ଏଠାରେ ଥିବା ମହାବଗ ପଞ୍ଚାୟତରୁ ପ୍ରତିବର୍ଷ ୧୨ରୁ ୧୫ ଲକ୍ଷ ପେଟି ସେଓ ବାହାର ଦେଶକୁ ରପ୍ତାନୀ ହୋଇଥାଏ।

Share