Categories: ଜାତୀୟ

ସେଓ ବଗିଚାରେ ନିଆଁ ଲଗାଇଲେ ଆତଙ୍କବାଦୀ

ଶ୍ରୀନଗର,୧୫।୯: ଦକ୍ଷିଣ କଶ୍ମୀରରେ ଥିବା ‘ଗୋଲ୍ଡେନ’ ଭେରାଇଟିର ସେଓ ବଗିଚାରେ ନିଆଁ ଲଗାଇ ଦେଇଛନ୍ତି ଆତଙ୍କବାଦୀ। କଶ୍ମିରୀବାସୀଙ୍କ ଅର୍ଥନୀତିକ ମେରୁଦଣ୍ଡ ଭାଙ୍ଗିବାକୁ ଆତଙ୍କବାଦୀମାନେ ଏଭଳି କାମ କରିଥିବା ଜଣାପଡିଛି। ଏହାଦ୍ୱାରା ସେଓ ମାଲିକଙ୍କୁ ୩-୪ଲକ୍ଷ ଟଙ୍କା କ୍ଷତି ସହିବାକୁ ପଡିଛି। କେବଳ ଏତିକି ନୁହେଁ, ଶୋପିଆନର କାନି ଗ୍ରାମରେ ଥିବା ପଞ୍ଚାୟତ କୋଠାକୁ ମଧ୍ୟ ଆତଙ୍କବାଦୀମାନେ ପୋଡି ଦେଇଛନ୍ତି। ସ୍ଥାନୀୟ ଲୋକଙ୍କୁ ଦୋକାନ ନ ଖୋଲିବା ପାଇଁ ଆତଙ୍କବାଦୀମାନେ ଧମକ ଦେଇଛନ୍ତି ।

Share