Categories: ଜାତୀୟ

ସେଓ ଟ୍ରକ୍‌ ଡ୍ରାଇଭରଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର,୧୫।୧୦: ଜମ୍ମୁ-କଶ୍ମୀରରେ ଜଣେ ସେଓ ଟ୍ରକ୍‌ ଡ୍ରାଇଭରଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ଶୋପିଆନ୍‌ ଶିରମାଲ ଗାଁରେ ସେଓ ନେଇ ଯାଉଥିବା ଟ୍ରକ୍‌କୁ ଅଟକାଇ ଆତଙ୍କବାଦୀ ଟ୍ରକ୍‌ ଡ୍ରାଇଭର ଶରିଫ୍‌ ଖାଁଙ୍କୁ ଗୁଳି କରିଥିଲେ। ଶରିଫ୍‌ ରାଜସ୍ଥାନର ବାସିନ୍ଦା ବୋଲି ପୋଲିସ କହିଛି। ଏହା ସହିତ ସେମାନେ ସେଓ ବଗିଚା ମାଲିକଙ୍କୁ ମାରଧର କରିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ପାକିସ୍ତାନୀ ଆତଙ୍କବାଦୀ ଥିବା କୁହାଯାଉଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

Share