Categories: ଜାତୀୟ

ସେଓ ଖାଇବା ପରେ ଏହି ସବୁ ଖାଦ୍ୟ ଖାଉଛନ୍ତି କି…

ସାଧାରଣତଃ ପ୍ରତ୍ୟେକ ଦିନ ଗୋଟିଏ ସେଓ ଖାଇବା ପାଇଁ ଡାକ୍ତରମାନେ ପରାମର୍ଶ ଦିଅନ୍ତି। କାରଣ ଏଥିରେ ଭିଟାମିନ ସି, ଭିଟାମିନ ବି୬ ସହିତ ପୋଟାସିୟମ, ଫସ୍‌ଫରସ ସମେତ ଆହୁରି ଅନେକ ପୋଷକ ତତ୍ତ୍ୱ ଭରି ରହିଛି। କୁହାଯାଏ, ପ୍ରତ୍ୟେକ ଦିନ ଗୋଟିଏ କିମ୍ବା ଦୁଇଟି ସେଓ ଖାଇଲେ ଶରୀରରୁ ଅନେକ ରୋଗ ଦୂରେଇ ଯାଏ। ଏଥିରେ କ୍ୟାନସର୍‌ ନିରୋଧୀ ଗୁଣ ରହିଛି। ଏଥିସହ ଏହା ଦାନ୍ତକୁ ମଜଭୁତ ରଖେ ଓ ଶରୀରରେ ରକ୍ତ ଅଭାବକୁ ବି ଦୂର କରିଥାଏ। କିନ୍ତୁ କିଛି ଖାଦ୍ୟ ଅଛି, ଯେଉଁଗୁଡ଼ିକୁ ସେଓ ଖାଇବା ପରେ ଆଦୌ ଖାଇବା ଉଚିତ ନୁହେଁ। ଏହା ଦ୍ୱାରା ଶରୀରକୁ କ୍ଷତି ପହଞ୍ଚିଥାଏ। ଯଦି ସେଓ ଖାଉଛନ୍ତି, ତା’ହେଲେ ଏହାପରେ ଦହି, ଆଚାର ଓ ମୂଳା କି କ୍ଷୀର ଖାଆନ୍ତୁ ନାହିଁ। ସେହିପରି ପାଣି ବି ପିଅନ୍ତୁ ନାହିଁ। ତେବେ ଆସନ୍ତୁ ଜାଣିବା ସେଓ ଖାଇବା ପରେ ଏହିସବୁ ଖାଦ୍ୟ ଖାଇଲେ ଶରୀର ଉପରେ କ’ଣ ପ୍ରଭାବ ପଡ଼ିଥାଏ।


ମୂଳା : ସେଓ ଖାଇବା ପରେ ମୂଳା ଖାଇଲେ ଆପଣଙ୍କର ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇଥାଏ। ସେଓ ଖାଇ ମୂଳା ଖାଇଲେ ଚର୍ମରେ ଆଲର୍ଜି ହେବାର ଆଶଙ୍କା ବଢ଼ିଯାଏ।


ଦହି : ସେଓ ଖାଇବାର ୨ ଘଣ୍ଟା ପରେ ଦହି ଖାଇବା ଉଚିତ। କାରଣ ଉଭୟ ଦହି ଓ ସେଓ ଥଣ୍ଡା ଜାତୀୟ ଖାଦ୍ୟ। ଏହାକୁ ଏକାସଙ୍ଗେ ଖାଇଲେ ଆପଣଙ୍କର କଫ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ଏହା ବ୍ୟତୀତ ସେଓକୁ କେବେ ସକାଳେ ଖାଇବା ଉଚିତ ନୁହେଁ। କାରଣ ଏହା ଥଣ୍ଡା ଥିବାରୁ କଫ ହେବାର ଆଶଙ୍କା ଅଧିକ ରହିଥାଏ।


ଆଚାର : ସେଓ ଖାଇବା ପରେ ସାଙ୍ଗେସାଙ୍ଗେ ଆଚାର ଖାଆନ୍ତୁ ନାହିଁ। ଏଥିଯୋଗୁ ଗ୍ୟାସ, ଏସିଡିଟି ଓ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖା ଦେଇଥାଏ। ଏଥିପାଇଁ ସେଓ ଖାଇବା ପରେ ଖଟା ଜାତୀୟ ଜିନିଷଠାରୁ ଦୂରେଇ ରୁହନ୍ତୁ।


ପାଣି : ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଖଟା ଓ ମିଠା ଜିନିଷ ଖାଇବା ପରେ ପାଣି ପିଇବା ଉଚିତ ନୁହେଁ। କାରଣ ଏହାର ପ୍ରଭାବ ଆପଣଙ୍କ ପିଏଚ୍‌ ସ୍ତର ଉପରେ ପଡ଼ଥାଏ। ଏହାଦ୍ୱାରା ତ୍ୱଚାରେ ରିଙ୍କିଲ୍ସ ଦେଖାଦେଇଥାଏ। ଏଥିପାଇଁ ପେଟ ଫୁଲିବା, କୋଷ୍ଠକାଠିନ୍ୟ ଓ ଗ୍ୟାସ ଭଳି ସମସ୍ୟା ଦେଖାଦେଇଥାଏ। ଏହା ସହିତ ପେଟରେ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଏ।


କ୍ଷୀର: ସେହିପରି ସେଓ ଖାଇବା ପରେ କ୍ଷୀର ମଧ୍ୟ ପିଇବା ଉଚିତ ନୁହେଁ। ଏହାଦ୍ୱାରା ଡିହାଇଡ୍ରେସନ୍‌ ହୋଇଥାଏ।

Share