ସୂର୍ଯ୍ୟଙ୍କ ଅଦ୍ଭୁତ ଫଟୋ ଶେୟାର କଲା ନାସା

ଓ୍ବାଶିଂଟନ୍‌: ମହାକାଶ ସମ୍ପର୍କରେ ଏବେ ବି ଅନେକ କଥା ଅଜଣା। ହେଲେ ଏ ସମ୍ପର୍କରେ ଅଧିକରୁ ଅଧିକ ତଥ୍ୟ ହାସଲ କରିବା ପାଇଁ ନିରନ୍ତର ଉଦ୍ୟମ ଚଳାଇଛନ୍ତି ବିଶ୍ୱର ବିଭିନ୍ନ ସ୍ପେଶ ଏଜେନ୍ସି। ଫଳରେ ବିଭିନ୍ନ ସମୟରେ ବୈଜ୍ଞାନିକମାନେ ଏଭଳି ତଥ୍ୟ ହାସଲ କରିଛନ୍ତି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଏବେ ସୋସିଆଲ ମିଡିଆରେ ସୂର୍ଯ୍ୟଙ୍କର ଏକ ଫଟୋ ଭାଇରାଲ ହେଉଛି, ଯାହା ନାସା (ନ୍ୟାଶନାଲ ଏରୋନେଟିକ୍ସ ଆଣ୍ଡ ସ୍ପେଶ ଆଡମିନିଷ୍ଟ୍ରେଶନ୍‌) ପକ୍ଷରୁ ଟୁଇଟରରେ ପୋଷ୍ଟ କରାଯାଇଛି। ନାସା ପକ୍ଷରୁ କୁହାଯାଇଛି, ଏହି ଫଟୋ ନାସା ସୋଲାର ଡାଇନାମିକ୍‌ ଅବଜରଭେଟୋରି (ମହାକାଶରେ ବୁଲି ପ୍ରତି ମୁହୂର୍ତ୍ତରେ ସୂର୍ଯ୍ୟ ଉପରେ ନଜର ରଖୁଥିବା ସାଟେଲାଇଟ) ପକ୍ଷରୁ ୨୦୧୪ ଅକ୍ଟୋବର ୮ ରେ ଉଠାଯାଇଥିଲା। ସୂର୍ଯ୍ୟଙ୍କ ଏହି ଫଟୋ ହାଲୋବିନ୍‌ର (କଖାରୁରେ ନିର୍ମିତ ଲଣ୍ଠନ) ଚେହେରା ଦେଖାଯାଉଛି। ନାସା ପକ୍ଷରୁ ପୋଷ୍ଟ କରାଯାଇଥିବା ଏହି ଫଟୋରେ ଅନେକ ଟୁଇଟର ୟୁଜର କୌତୂହଳପୂର୍ଣ୍ଣ କମେଣ୍ଟ ଦେଉଛନ୍ତି। ଏ ପର୍ଯ୍ୟନ୍ତ ଏହି ପୋଷ୍ଟକୁ ପ୍ରାୟ ୧୧ହଜାର ଲୋକ ଲାଇକ୍‌ କରିଥିବା ବେଳେ ୩ ହଜାରରୁ ଊର୍ଦ୍ଧ୍ୱ ରି-ଟୁଇଟ୍‌ କରାଯାଇଛି।

Share