ସୂର୍ଯ୍ୟକାନ୍ତିକୁଁ ସାହାଯ୍‌ର ହାତ୍‌ ବଢ଼ାଲା ପରଶାସନ

 

ପର୍ଲା, ୬ା୧୨ (ଡି.ଏନ.ଏ.)-
କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲ ଛଞ୍ଚାଣବାହାଲି ପଁଚେତ୍‌ ବେହେରାଗୁଡ଼ା ଗଁାର ନିସାହା ବିଧବା ସୂର୍ଯ୍ୟକାନ୍ତି ଧରୁଆ(୩୮)। ତାକର ଦୁରଦଶା ବାବ୍‌ଦେ ଗଲା ନଭେମ୍ବର ୧୩ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଭତା, ଆବାସ ଯୋଜନାରୁ ବଁଚିତ, ଭିଖ୍‌ ମାଗି ପେଟ୍‌ ପାଲୁଛନ୍‌ ସୂର୍ଯ୍ୟକାନ୍ତି’ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ବାହାରଲାରୁ ବୁଧବାର ବ୍ଲକ ପରଶାସନ ସୂର୍ଯ୍ୟକାନ୍ତିକଁର ପାସେ ପୁହୁଁଚି ସବୁ ପରକାର ସରକାରୀ ସାହାଯ୍‌ ଯୁଗେଇ ଦେବାକେ କଥା ଦେଇଥିବାର ଜନାଯାଇଛେ।
ସୂଚନା ହିସାବେ, ବେହେରାଗୁଡ଼ା ଗଁାର ନିସାହା ବିଧବା ମହିଲା ସୂର୍ଯ୍ୟକାନ୍ତି ଝନେ ନିହାତି ଗରିବ୍‌ ନିସାହା ମହିଲା। ୧୦ ବଛର ହେଲା ଗୁଟେ ଭଂଗା ଦଦ୍‌ରା ମାଏଟ୍‌ କୁରିଆରେ ପଲିଥିନ୍‌ ଢ଼ାପି ରହିଆସୁଛନ୍‌। ଦୁଇ ବଛର ତଲେ ନିଜର ଆପ୍‌ନେକେ ହରେଇଛନ୍‌। ସରକାରୀ ସାହାଯ୍‌ କହେଲେ ମାସିକ ୫ କେ.ଜି. ଚାଉଲ ପାଉଛନ୍‌। ହେଲେ ସେଟା ପେଟ୍‌କେ ନିଅଁଟ୍‌। ସେଥିରଲାଗି ସେ ଭିଖ୍‌ ମାଗି ପେଟ୍‌ ପାଲୁଛନ୍‌। ସୂର୍ଯ୍ୟକାନ୍ତିକଁର ଦୁରଦଶା ବାବ୍‌ଦେ ଧରିତ୍ରୀରେ ଟିକିନିଖିନୁ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ବୁଧୁବାର ଧର୍ମଗଡ଼ ବିଡିଓ ଅଶୋକ କୁମାର ଭୋଇ, ଯନ୍ତ୍ରୀ ମାନସ କୁମାର ସେଠୀ ଆର ପଁଚେତ୍‌ କାର୍ଯ୍ୟନିର୍ବାହୀ ଅଧ୍‌କାରୀ ପ୍ରସାନ୍ତ କୁମାର ମାଝି ସୂର୍ଯ୍ୟକାନ୍ତିକଁର ଘରେ ପୁହୁଁଚିଥିଲେ। ବିଡିଓ ଭୋଇ ସୂର୍ଯ୍ୟକାନ୍ତିକୁଁ ଆବାସ ଯୋଜନାରେ ଘର ଖଁଡ଼େ, ଅନ୍ତ୍ୟୋଦୟ ଅନ୍ନପୂର୍ଣ୍ଣା ଯୋଜନାରେ ମାସିକ ୩୫ କେ.ଜି. ଚାଉଲ ଯୁଗେଇ ଦେବାକେ କଥା ଦେଇଥିବାର ଜନାଯାଇଛେ। ପରଶାସନନୁ ସାହାଯ୍‌ର ପରତିଶୁରତି ପାଏଲାରୁ ସୂର୍ଯ୍ୟକାନ୍ତି ଧରିତ୍ରୀ ପରିବାର ଆର ପରଶାସନକେ ଧଏନ୍‌ବାଦ ଦେଇଛନ୍‌।