ସୂର୍କାବାଡ଼ି ପଞ୍ଚାୟତରେ ୩ କରୋନା ପଜିଟିଭ୍‌ ଚିହ୍ନଟ: ୩ ଗାଁକୁ ଶଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ; ୯୬ ଘଣ୍ଟା ରହିବ ବଳବତ୍ତର

ନୟାଗଡ଼ ଅଫିସ/ରଣପୁର,୨୧।୬(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଲକର ସୂର୍କାବାଡ଼ି ପଞ୍ଚାୟତରୁ ରବିବାର ୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗୋଷ୍ଠୀ ସଂକ୍ରମଣଙ୍କୁ ଦୃଷ୍ଟିରେ ରଖି ସୂର୍କାବାଡ଼ି, ଠଣାପଲି ଓ ଠଣାପଲିପାଟଣା ଆଦି ୩ ଗାଁକୁ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ସରପଞ୍ଚ ମିନତୀ ସାହୁ ଜିଲାପାଳ କ୍ଷମତା ପ୍ରୟୋଗ କରି ୩ ଗାଁକୁ ୯୬ ଘଣ୍ଟା ପର୍ଯ୍ୟନ୍ତ ଏହି ଶଟ୍‌ଡାଉନ୍‌ ଘୋଷଣାକରିଛନ୍ତି। ୨୦ ତାରିଖ ରାତି ୧୨ରୁ ୨୪ ତାରିଖ ରାତି ୧୨ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ସରପଞ୍ଚ କହିଛନ୍ତି।