ସୂଚନା ଫଳକ, ଓ୍ବେବ୍‌ ପୋର୍ଟାଲ ତଥ୍ୟରେ ତାଳମେଳ ରହୁନି

ନାଉଗାଁ,୨୨।୪: (ସ୍ବ.ପ୍ର.) ନାଉଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରେ ସରକାରୀ ଯୋଜନାରେ ନିର୍ମାଣ କାର୍ଯ୍ୟ କରାଯାଉଛି। ମାତ୍ର ଅଧିକାଂଶ ପଞ୍ଚାୟତରେ ଗୋଟିଏ ପ୍ରକଳ୍ପ ପାଇଁ ବାରମ୍ବାର କାମ ହୋଇଥିବା ଦର୍ଶାଯାଇଛି। କିନ୍ତୁ ପ୍ରଥମ ପର୍ଯ୍ୟାୟ ପରେ ହୋଇଥିବା କାର୍ଯ୍ୟ ପାଇଁ କୌଣସି ସୂଚନାଫଳକ ଲଗାଯାଇ ନ ଥିବା ବେଳେ ବ୍ୟୟ ସମ୍ପର୍କରେ ମଧ୍ୟ ସବିଶେଷ ବିବରଣୀ ମିଳୁନାହିଁ। ଏପରି କି ପଞ୍ଚଦଶ ଅର୍ଥ କମିଶନ ଅନୁଦାନରେ କାମ ହୋଇଥିବା ନେଇ ସୂଚନାଫଳକରେ ଦର୍ଶାଯାଇଥିବାବେଳେ ଓ୍ବେବ୍‌ ପୋର୍ଟାଲରେ ଏମ୍‌ଜିଏନ୍‌ଆରଜିଏସ୍‌ରେ ପୁନର୍ବାର କାମ ହୋଇଥିବା ଦର୍ଶାଯାଇଛି। ଫଳରେ କେଉଁ ପ୍ରକଳ୍ପ ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରୁନାହିଁ।
ଏହାର ଉଦାହରଣ ଓଷକଣା ପଞ୍ଚାୟତର ପୁରୁଣା ଭଟଣା ବେଲବଣ ପୋଖରୀ କାର୍ଯ୍ୟରେ ଦେଖିବାକୁ ମିଳିଛି। ଏହି ପୋଖରୀ ଖନନ ପାଇଁ ସୂଚନାଫଳକରେ ତଥ୍ୟ ରହିଛି। ଏହି ଅନୁସାରେ ଉକ୍ତ କାର୍ଯ୍ୟ ପାଇଁ ପଞ୍ଚଦଶ ଅର୍ଥ କମିଶନ ଅନୁଦାନରୁ ୧ଲକ୍ଷ ୨୦ହଜାର ଟଙ୍କା ବ୍ୟୟ କରାଯାଇଛି। କିନ୍ତୁ ଏମ୍‌ଜିଏନ୍‌ଆରଇଜିଏସ୍‌ ପୋର୍ଟାଲ ତଥ୍ୟ ଅନୁସାରେ ବେଲବଣ ପୋଖରୀ ପାଇଁ ପୁନର୍ବାର ୬୩ ହଜାର ଟଙ୍କା ଏମ୍‌ଜିଏନ୍‌ଆରଇଜିଏସ୍‌ରେ ବ୍ୟୟ ହୋଇଥିବା ଦର୍ଶାଯାଇଛି। ଉକ୍ତ ଟଙ୍କାରେ ପୋଖରୀର କି କାର୍ଯ୍ୟ ହୋଇଛି ସେନେଇ କୌଣସି ତଥ୍ୟ ନାହିଁ। ଏ ସମ୍ପର୍କରେ ସୂଚନାଫଳକରେ ମଧ୍ୟ ଉଲ୍ଲେଖ ନାହିଁ।

ଅପରପକ୍ଷେ ଏଠାରେ ସରକାରୀ ନିୟମ ଉଲ୍ଲଂଘନ ହୋଇଥିବା ଜଣାପଡ଼ିଛି। ନିୟମ ଅନୁଯାୟୀ, ପଞ୍ଚାୟତ ପୋଖରୀ ଖନନ ବା ପୁନରୁଦ୍ଧାର ପରେ ଏଥିରୁ ବାହାରୁଥିବା ମାଟି ପୋଖରୀ ଚତୁଃପାର୍ଶ୍ୱରେ ପକାଯାଇ ପ୍ରଶସ୍ତ ହୁଡ଼ା ତିଆରି କରାଯିବ। ଉକ୍ତ ହୁଡ଼ାରେ ବିଭିନ୍ନ ପ୍ରକାର ପନିପରିବା ଲଗାଯିବା ସହ ପୋଖରୀରେ ପଞ୍ଚାୟତ ତରଫରୁ ମାଛଚାଷ କରାଯାଇ ବିକ୍ରି କରାଯିବ। ଏହି ଅର୍ଥରେ ପଞ୍ଚାୟତର ପାଣ୍ଠି ସମୃଦ୍ଧ କରାଯିବ। କିନ୍ତୁ ବେଲବଣ ପୋଖରୀ ପୁନରୁଦ୍ଧାର ବେଳେ ବାହାରିଥିବା ମାଟି ପୋଖରୀ ହୁଡ଼ାରେ ପକା ନ ଯାଇ ନିକଟରେ ଥିବା ବେଲବଣ ମନ୍ଦିର ପରିସରକୁ ପୋତାଯାଇଛି। ଉକ୍ତ ମାଟିପୋତା ବାବଦରେ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ୧ ଲକ୍ଷ ୫୬ ହଜାର ୯୫୪ ବ୍ୟୟ ହୋଇଛି ବୋଲି ଓ୍ବେବ୍‌ ପୋର୍ଟାଲରେ ଉଲ୍ଲେଖ ରହିଛି। କିନ୍ତୁ ମାଟିପୋତା ଯାଇଥିବା ସ୍ଥାନରେ କୌଣସି ସୂଚନା ଫଳକ ଲଗାଯାଇନାହିଁ। ଗୋଟିଏ ପ୍ରକଳ୍ପ ନିର୍ମାଣ କରାଯାଇ କିପରି ୩ଟି କାମର ଖର୍ଚ୍ଚ ଦର୍ଶାଯାଇଛି ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ବିଷୟରେ ବିଡିଓ ରଶ୍ମିରେଖା ମଲିକଙ୍କୁ ପଚାରିବାରେ, ମୁଁ ଏ ସମ୍ପର୍କରେ ଅବଗତ ନାହିଁ। କ’ଣ ହୋଇଛି ପଞ୍ଚାୟତ ଯନ୍ତ୍ରୀଙ୍କଠାରୁ ବୁଝିବା ପରେ ତଦନ୍ତ କରାଯିବ ବୋଲି କହିଛନ୍ତି। ଏ ସମ୍ପର୍କରେ ବିଭୂତି ଭୂଷଣ ଶତପଥୀଙ୍କୁ ପଚାରିବାରେ ପଞ୍ଚଦଶ ଅର୍ଥ କମିଶନରେ ଯେଉଁ ସୂଚନାଫଳକ ଲାଗିଛି ତାହା ଭୁଲ୍‌ରେ ଲଗାଯାଇଛି। ପ୍ରଥମେ ଏହି ଯୋଜନାରେ କାମ ହେବା ପାଇଁ ସୂଚନାଫଳକ ଲଗାଯାଇଥିଲା। ସେଥିରେ ଟଙ୍କା ନ ହେବାରୁ ପରେ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ପୁନର୍ବାର କାମ ହେଲା। ଏନେଇ ବାରମ୍ବାର ସୂଚନାଫଳକ ପରିବର୍ତ୍ତନ କରିବା ପାଇଁ କହିଥିଲେ ମଧ୍ୟ ପଞ୍ଚାୟତ ପକ୍ଷରୁ ଏହା କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri