ସୂଚନା ଅଧିକାରୀ କର୍ମୀ ଅଭିମନ୍ୟୁ ହତ୍ୟା ଘଟଣା: ଦୋଷୀଙ୍କୁ ଗିରଫ ଦାବିରେ ରାସ୍ତା ଅବରୋଧ

ବାଲିଗୁଡ଼ା,୧୪।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ପାତ୍ରସାହି ନିକଟରେ ଗତ ୧୦ ତାରିଖରେ ସୂଚନା ଅଧିକାରୀ କର୍ମୀ ଅଭିମନ୍ୟୁପଣ୍ଡାଙ୍କୁ ଦୁଇ ଦୁର୍ବୃତ୍ତ ଘରୁଡାକି ଗୁଳି କରି ହତ୍ୟା କରିଥିଲେ। ତେବେ ଗୁଳିକାଣ୍ଡ ଓ ହତ୍ୟା ଘଟଣାକୁ ଚାରିଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ ଅପରାଧୀକୁ ଧରିବାରେ ବିଫଳ ହୋଇଛି। ଏ ନେଇ ଶନିବାର ଅଭିମନ୍ୟୁଙ୍କ ଗ୍ରାମ ବାଟାଗୁଡ଼ାର ଜାତୀୟ ରାଜପଥ ନଂ.୫୯କୁ ଉତ୍ତ୍ୟକ୍ତ ଗ୍ରାମବାସୀ ଅବରୋଧ କରିଛନ୍ତି। ଫଳରେ ବାଲିଗୁଡ଼ାଠାରୁ ବ୍ରହ୍ମପୁର-ରାୟପୁର-ରାୟଗଡ଼ା- ଭାବନୀପାଟଣାକୁ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଛି। ଯେଉଁ ପର୍ଯ୍ୟନ୍ତ ଦୋଷୀ ଧରା ନ ପଡିଛି ସେ ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିବ ବୋଲି ଗ୍ରାମବାସୀ କହିଛନ୍ତି।