ସୂଆଁପଦା ଛକ ଦୁର୍ଘଟଣା ଘଟଣା: ମୃତ୍ୟୁସଂଖ୍ୟା ଦୁଇରେ ପହଞ୍ଚିଲା

ଆନନ୍ଦପୁର,୧୪।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ୨୦ ନଂ. ଜାତୀୟ ରାଜପଥର ସୂଆଁପଦା ଛକଠାରେ ମଙ୍ଗଳବାର ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଘସିପୁରା ବ୍ଲକ ଶାଳଦେଇ ପଞ୍ଚାୟତ ନପଙ୍ଗା ଗ୍ରାମର ଭରତ ଦଳେଇଙ୍କ ପୁଅ ଜୟଦେବଙ୍କୁ କଟକ ବଡ ମେଡିକାଲକୁ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇ ଗୁରୁତର ଭରତ ଦଳେଇଙ୍କ ପୁଅ ବିଭୁ ଏବଂ ପୁର୍ଣ୍ଣ ଚନ୍ଦ୍ର ଦଳେଇଙ୍କ ପୁଅ କାଳିଆଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ତେବେ ମଙ୍ଗଳବାର ରାତିରେ କାଳିଆଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।
ସୂଚନାଯୋଗ୍ୟ, ସାଇଁକୁଳ ମେଡିକାଲରୁ କାମ ସାରି ଏକ ବାଇକ୍‌ ଯୋଗେ ନପଙ୍ଗା ଗ୍ରାମର ଜୟଦେବ, ବିଭୁ ଓ କାଳିଆ ଦଳେଇ ଫେରୁଥିବା ବେଳେ ସୂଆଁପଦା ଛକଠାରେ ଏକ ପିକ୍‌ଅପ ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା।