ସୁହାନା, ଅନନ୍ୟାଙ୍କ ଡେବ୍ୟୁ ଫିଲ୍ମ ଥିଲା ‘ମାଇଁ ନେମ୍‌ ଇଜ୍‌ ଖାନ୍‌’: ମାତ୍ର କାଟିଦିଆଯାଇଥିଲା ତାଙ୍କ ସିନ୍‌

ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ଫିଲ୍ମ ‘ଷ୍ଟୁଡେଣ୍ଡ ଅଫ୍‌ ଦି ଇୟର-୨’ରୁ ବଲିଉଡ୍‌ରେ ଡେବ୍ୟୁ କରିଛନ୍ତି। ଏଥିରେ ତାଙ୍କ ଅଭିନୟକୁ ଦର୍ଶକ ପସନ୍ଦ ମଧ୍ୟ କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଅନନ୍ୟା ତାଙ୍କ ବେଷ୍ଟ ଫ୍ରେଣ୍ଡ୍‌ ସୁହାନା ଖାନ୍‌ଙ୍କୁ ନେଇ ଏକ ଖାସ୍‌ କଥା ଶେୟାର କରିଛନ୍ତି। ଅନନ୍ୟା ଏବଂ ସୁହାନା ଫିଲ୍ମ ‘ମାଇଁ ନେମ୍‌ ଇଜ୍‌ ଖାନ୍‌’ରୁ ବଲିଉଡ୍‌ରେ ଡେବ୍ୟୁ କରିବାର ଥିଲା। ଏଥିପାଇଁ ସେ ଶୁଟିଂ ମଧ୍ୟ କରିଥିଲେ। ମାତ୍ର ଏହା ସମ୍ଭବ ହେଲା ନାହିଁ। ପ୍ରକୃତ କଥାଟା ହେଲା, ଫିଲ୍ମର ଶୁଟିଂ ଆମେରିକାରେ ଚାଲିଥିବା ବେଳେ ସୁହାନା ଏବଂ ଅନନ୍ୟା ଶୁଟିଂ ସେଟ୍‌କୁ ଯାଇଥିଲେ। ଫିଲ୍ମର ଏକ ଦୃଶ୍ୟର ସୁଟିଂ ପାଇଁ ଅଧିକ ଲୋକଙ୍କ ଆବଶ୍ୟକତା ଥିଲା। ତେଣୁ ସେଟ୍‌ରେ ଉପସ୍ଥିତ ସମସ୍ତ ଲୋକଙ୍କୁ ଶୁଟିଂ ପାଇଁ ଡକାଗଲା। ଶୁଟିଂ ମଧ୍ୟ ଶେଷ ହେଲା। ଏହି ଦୃଶ୍ୟ ପାଇଁ ସେମାନଙ୍କୁ ପାଖାପାଖି ୮ ଥର ସଟ୍‌ ଦେବାକୁ ପଡ଼ିଥିଲା। ଏହାକୁ ନେଇ ଉଭୟ ବହୁତ ଖୁସି ଥିଲେ। ଫିଲ୍ମର ଶୁଟିଂ ପରେ ନିଜ ସିନ୍‌କୁ ଦେଖିବା ପାଇଁ ସେମାନେ ଚାହିଁ ବସିଥିଲେ। ମାତ୍ର ଫିଲ୍ମରେ ଏହି ଦୃଶ୍ୟକୁ ଶେଷରେ କାଟି ଦିଆଗଲା। ଫିଲ୍ମରୁ ଏହି ଦୃଶ୍ୟକୁ କଟାଯାଇ ନ ଥିଲେ ସୁହାନା ଏବଂ ଅନନ୍ୟାଙ୍କ ଡେବ୍ୟୁ ଫିଲ୍ମ ହୋଇଥାନ୍ତା ‘ମାଇଁ ନେମ୍‌ ଇଜ୍‌ ଖାନ୍‌’।

Share