ସୁସ୍ଥ ହେଲେ ଲତା

ମୁମ୍ବାଇ,୧୫।୧୧: ବଲଉଡ୍‌ ନାଇଟ୍‌ ଆଙ୍ଗଲ ତଥା ଭାରତ ରତ୍ନ ଲତା ମଙ୍ଗେସକର ଏବେ ସୁସ୍ଥ ଥିବା ଖବର ମିଳିଛି। ଲତାଙ୍କୁ ଦେଖାରଖା କରୁଥିବା ଟିମ୍‌ ପକ୍ଷରୁ ଏହି ଖବର ଦିଆଯାଇଛି। ପ୍ରଶଂସକଙ୍କ ଭଲପାଇବା ଓ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ଲତା ଦିଦିଙ୍କୁ ଏତେ ଶୀଘ୍ର ଠିକ୍‌ କରିଦେଇଛି ବୋଲି ଟିମ୍‌ ପକ୍ଷରୁ କୁହାଯାଇ ଧନ୍ୟବାଦ ଜ୍ଞାପନ କରାଯାଇଛି। ସୂଚନାଯୋଗ୍ୟ, କିଛିଦିନ ହେବ ଲତା ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଗତ ରବିବାର ବିଳମ୍ବିତ ରାତିରେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦିନକ ମଧ୍ୟରେ ସେ ସୁସ୍ଥ ହୋଇ ଯାଇଥିବା ବେଳେ ପରିଣତ ବୟସ ଯୋଗୁ ତାଙ୍କୁ ଆଉ କିଛି ଦିନ ହସ୍ପିଟାଲରେ ରଖିବାକୁ ପରିବାର ଲୋକ ଆଗ୍ରହ ପ୍ରକାଶ କରିଥିବା ତାଙ୍କ ଭଉଣୀ ଉଷା ମଙ୍ଗେସକର ସୂଚନା ଦେଇଥିଲେ। ଆଉ ଏବେ ଆଗ ଅପେକ୍ଷା ସେ ବହୁତ ଭଲ ଅଛନ୍ତି ବୋଲି ଶୁଣିବା ପରେ ତାଙ୍କ ପ୍ରଶଂସକଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଛି।

Share