Categories: ଜାତୀୟ

ସୁସ୍ଥ ସ୍ବାସ୍ଥ୍ୟ ପାଇଁ ଦେହରେ କାଦୁଅ ବୋଳିହେଲେ ୩୪୦ ଜଣ

ଗୋରଖପୁର,୧୯।୧୧: ପ୍ରାକୃତିକ ଉପାୟରେ ସୁସ୍ଥ ରହିବା ପାଇଁ ଉତ୍ତରପ୍ରଦେଶ ଗୋରଖପୁରରେ ୩୪୦ ଜଣ ମିଳିତ ଭାବେ ଦେହରେ କାଦୁଅ ବୋଳିି ହୋଇଛନ୍ତି। ଆରୋଗ୍ୟ ମନ୍ଦିର ପରିସରରେ ଏହା ସମ୍ପନ୍ନ ହୋଇଛି। ଏହା ସହିତ ଏହାକୁ ଏସିଆନ୍‌ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନୀତ କରାଯାଇଛି। ପୂର୍ବରୁ ଏଭଳି ଏକ କାର୍ଯ୍ୟକ୍ରମରେ ଦିଲ୍ଲୀରେ ୩୦୨ ଜଣ ଦେହରେ କାଦୁଅ ବୋଳି ହୋଇଥିଲେ। ପ୍ରାକୃତିକ ଉପାୟରେ ଦେହରେ କାଦୁଅ ବୋଳି ହେଲେ ବହୁ ଉପକାର ହୋଇଥାଏ ବୋଲି ଆରୋଗ୍ୟ ମନ୍ଦିରର ନିର୍ଦ୍ଦେଶକ ଡାକ୍ତର ବିମଳ କୁମାର ମୋଦି କହିଛନ୍ତି।

Share