Categories: ଜାତୀୟ

ସୁସ୍ଥ ଅଛନ୍ତି ମୁଖ୍ୟମନ୍ତ୍ରୀ

ଡେରାଡୁନ,୫।୬: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ବତ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଥିବା ଜଣାପଡିଛି। ତାଙ୍କର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ସେ ସୁସ୍ଥ ଥିବା ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, କ୍ୟାବିନେଟ ମନ୍ତ୍ରୀ ସତପାଲ ମହାରାଜଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ମୁଖ୍ୟମନ୍ତ୍ରୀ ସେଲ୍ଫ କ୍ୱାରାଣ୍ଟାଇନରେ ରହିଥିଲେ। ବୁଧବାର ତାଙ୍କର କ୍ୱାରାଣ୍ଟାଇନ ଅବଧି ଶେଷ ହେବା ପରେ ଏବେ ସେ ସାଧାରଣ ଭାବେ ନିଜ କାମ ଆରମ୍ଭ କରିଛନ୍ତି। ସେପଟେ ସତପାଲ ମହାରାଜ ଓ ତାଙ୍କ ପରିବାରର ସମସ୍ତ ସଦସ୍ୟ କରୋନାରେ ପୀଡ଼ିତ ଥିବା ସୂଚନା ରହିଥିଲା।

Share