ସୁସମ୍ପର୍କ ବଢ଼ାଇବ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌

ନୂଆଦିଲ୍ଲୀ,୧୮ା୪: କରୋନା ଭୂତାଣୁ ସଂକ୍ରମଣ ମୁକାବିଲା କ୍ଷେତ୍ରରେ ମ୍ୟାଲେରିଆ ନିରୋଧୀ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଉପାଦେୟ ହେଉଥିବା ଆମେରିକା ସମେତ ଅନେକ ଦେଶ ବିବେଚନା କରୁଛନ୍ତି। ତେଣୁ ସେମାନେ ଏବେ ସର୍ବାଧିକ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଯୋଗାଣ କରୁଥିବା ଦେଶ ଭାରତ ଉପରେ ନିର୍ଭରଶୀଳ। କିନ୍ତୁ ନିଜ ଦେଶ ପାଇଁ ନିଅଣ୍ଟ ପଡ଼ିବା ଆଶଙ୍କାରେ ଭାରତ ଅନ୍ୟ ଦେଶକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ରପ୍ତାନି ଉପରେ ମାର୍ଚ୍ଚ ୨୫ରେ ରୋକ ଲଗାଇଥିଲା। କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ପ୍ରତିଶୋଧ’ ଧମକ ପରେ ଭାରତ ନିଜ ନିଷ୍ପତ୍ତି ବଦଳାଇ ଉକ୍ତ ଔଷଧ ରପ୍ତାନି କରିଥିଲା। ଏଥିପାଇଁ ଆମେରିକା, ବ୍ରାଜିଲ, ଇସ୍ରାଏଲ, ବ୍ରିଟେନ ସମେତ ବହୁ ଦେଶ ପ୍ରଶଂସା କରିଥିଲେ। ଟ୍ରମ୍ପଙ୍କ ସ୍ବର ମଧ୍ୟ ବଦଳିଯାଇଥିଲା। ଅସମୟରେ ବନ୍ଧୁଙ୍କ ସହଯୋଗର ଆବଶ୍ୟକତା ରହିଥାଏ। ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଯୋଗାଇବା ନିଷ୍ପତ୍ତି ପାଇଁ ଭାରତକୁ ଧନ୍ୟବାଦ। ଏହାକୁ ଭୁଲିବୁ ନାହିଁ ବୋଲି ଟ୍ରମ୍ପ ଟୁଇଟ୍‌ କରି କହିଥିଲେ।
କୋଭିଡ୍‌-୧୯ ସଙ୍କଟର ମୁକାବିଲା କ୍ଷେତ୍ରରେ ଟ୍ରମ୍ପ ନିଜ ଦେଶରେ ସମାଲୋଚନାର ଶିକାର ହେଉଥିବାବେଳେ କରୋନା ଭାଇରସ୍‌ ଯୁଦ୍ଧରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌କୁ ସେ ‘ଗେମ୍‌ ଚେଞ୍ଜର’ ବୋଲି ବର୍ଣ୍ଣନା କରିଥିଲେ। ବିଶ୍ୱରେ ୭୦% ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଉତ୍ପାଦନ ଭାରତରେ ହୋଇଥାଏ। ପ୍ରତିବର୍ଷ ଭାରତ ୫୦ ମିଲିୟନ ଡଲାରର ଏହି ଔଷଧ ରପ୍ତାନି କରିଥାଏ। ରପ୍ତାନି ଉପରୁ କଟକଣା ହଟାଇବା ପରେ ଭାରତ ମାନବିକତା ଓ ବାଣିଜି୍ୟକ ଯୋଗାଣ ଆଧାରରେ ୧୨ରୁ ଊର୍ଦ୍ଧ୍ୱ ଦେଶକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଯୋଗାଇବ। ସେହିପରି ପଡ଼ୋଶୀ ଦେଶ ସମେତ କେତେକ ଆଫ୍ରିକୀୟ ଓ ଲାଟିନ ଆମେରିକୀୟ ଦେଶକୁ ମଧ୍ୟ ଏହି ଔଷଧ ଯୋଗାଇବାକୁ ନିଷ୍ପତ୍ତି ନିଆଯାଇଛି।
କୁହାଯାଉଛି ଯେ, ଏହି ପ୍ରୟାସ ଯୋଗୁ ବିଶ୍ୱରେ ଭାରତର କୂଟନୈତିକ ସ୍ଥିତି ମଜଭୁତ ହେଉଛି । ପୂର୍ବତନ ବୈଦେଶିକ ସଚିବ କନୱଲ ସିବଲ କହିଛନ୍ତି ଯେ, ଚାଇନା ପିପିଇ ଏବଂ ଭେଣ୍ଟିଲେଟର ଅଧିକ ଉତ୍ପାଦନ କରେ। କିନ୍ତୁ ଭାରତ ଟଙ୍କା ରୋଜଗାର ପାଇଁ ନୁହେଁ ବରଂ ଅନ୍ତର୍ଜାତୀୟ ଏକତା ପାଇଁ ସ୍ବାର୍ଥତ୍ୟାଗ କରୁଛି। ଏହି ସାହାଯ୍ୟ ନିମନ୍ତେ ଅନ୍ୟ ଦେଶ ସହ ଭାରତର ସୁସମ୍ପର୍କ ସୃଷ୍ଟିରେ ସହାୟକ ହେବ। କିନ୍ତୁ ବଡ଼ ସଙ୍କଟବେଳେ ଏହା ଏକ ଛୋଟ ଅବଦାନ ବୋଲି ପ୍ରମାଣିତ ହୋଇପାରେ। ସେହିପରି ମହାମାରୀ କରୋନା ନିୟନ୍ତ୍ରଣ ପରେ ବିକାଶଶୀଳ ଦେଶଗୁଡିକ କିପରି କୂଟନୈତିକ ସମ୍ପର୍କ ସ୍ଥାପନ କରିବେ ତାହା କହିବା ମଧ୍ୟ କଷ୍ଟକର। ହେଲେ ଏହା ନିଶ୍ଚିତ ଯେ, ଭାରତ ଯେତେବେଳେ ସେହି ଦେଶଗୁଡ଼ିକୁ ସାହାଯ୍ୟ ମାଗିବ ସେତେବେଳେ ତାହାର ଉଦାରତାକୁ ଅଣଦେଖା କରାଯିବ ନାହିଁ ବୋଲି ସିବଲ କହିଛନ୍ତି।
ଆମେରିକାରେ ପୂର୍ବରୁ ଭାରତର ରାଷ୍ଟ୍ରଦୂତ ଥିବା ଲଳିତ ମାନସିଂ କହିଛନ୍ତି ଯେ, ଏହି ସମୟରେ କୂଟନୈତିକ ଆଲୋଚନା କରିବା ଉଚିତ୍‌ ନୁହେଁ। ଯେତେବେଳେ କୌଣସି ଦେଶ ଅସୁବିଧା ସମୟରେ ଔଷଧ ପଠାଇବାକୁ ନିବେଦନ କରେ, ସେତେବେଳେ ନିଷ୍ପତ୍ତି ନେବାରେ ମାନବିକତା ପ୍ରାଥମିକତା ହୋଇଥାଏ। ଫାର୍ମା ସେକ୍ଟର ମାଧ୍ୟମରେ ଗରିବ ଦେଶଗୁଡ଼ିକୁ ସାହାଯ୍ୟ କରିବା ଭାରତର ସର୍ବଦା ନୀତି ରହିଛି। ଭାରତ ତିଆରି ଔଷଧ ଆଫ୍ରିକାରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷାରେ ସହାୟ ହୋଇଛି ବୋଲି ମାନସିଂ କହିଛନ୍ତି।

କଞ୍ଚାମାଲ ଅଭାବରେ ଭାରତୀୟ ଫାର୍ମା କମ୍ପାନୀ
ଭାରତ ହେଉଛି ଜେନେରିକ ଔଷଧର ବୃହତ୍ତମ ଉତ୍ପାଦକ ଦେଶ। ଗ୍ଲୋବାଲ ବିଜନେସ ରିପୋର୍ଟ ଅନୁଯାୟୀ, ଜେନେରିକ ଔଷଧ ଶିଳ୍ପ ଭାରତୀୟ ଅର୍ଥନୀତିର ସବୁଠାରୁ ବଡ଼ ଶକ୍ତି ପାଲଟିଛି। ଭାରତର ଜିଡିପିରେ ଏହି କ୍ଷେତ୍ରର ଅବଦାନ ୧.୭୨% ରହିଛି। ଭାରତରେ ବହୁତ କମ୍‌ ମୂଲ୍ୟରେ ଔଷଧ ତିଆରି କରାଯାଉଛି, ଯେଉଁଥିପାଇଁ ସାରା ବିଶ୍ୱରେ ଲୋକମାନେ ଶସ୍ତାରେ ଚିକିତ୍ସା ସେବା ପାଉଛନ୍ତି। ଆମେରିକା, ପଶ୍ଚିମ ୟୁରୋପ ଏବଂ ଅଷ୍ଟ୍ରେଲିଆ ସମେତ ୨୦୦ରୁ ଊର୍ଦ୍ଧ୍ୱ ଦେଶକୁ ଭାରତ ଫାର୍ମା ଉତ୍ପାଦ ବିକ୍ରି କରେ। ଆମେରିକାର ୪୦ ପ୍ରତିଶତ ଜେନେରିକ ଔଷଧ ଚାହିଦା ଭାରତ ପୂରଣ କରୁଛି। ତେବେ ଏହି ଔଷଧର କଞ୍ଚାମାଲ ପାଇଁ ଭାରତ ମୁଖ୍ୟତଃ ଚାଇନା ଉପରେ ନିର୍ଭରଶୀଳ। ବିଶେଷକରି କରୋନା ଭାଇରସ୍‌ କେନ୍ଦ୍ରସ୍ଥଳ ‘ହୁବେଇ’ ପ୍ରଦେଶରୁ କଞ୍ଚାମାଲ ଆମଦାନୀ ହୋଇଥାଏ। ଚାଇନାରୁ ଆମଦାନୀ ଉପରେ ପ୍ରତିବନ୍ଧକ ଥିବାରୁ କଞ୍ଚାମାଲ ଯୋଗାଣ ପ୍ରଭାବିତ ହେଉଛି। ଔଷଧ ତିଆରି କରୁଥିବା ଭାରତୀୟ କମ୍ପାନୀଗୁଡିକ କହିଛନ୍ତି ଯେ, ଭାରତ ସରକାର ଶୀଘ୍ର ହସ୍ତକ୍ଷେପ ନ କଲେ କଞ୍ଚାମାଲର ଅଭାବ ହୋଇପାରେ। ଏଥିଯୋଗୁ ଆସନ୍ତା କିଛି ସପ୍ତାହ ମଧ୍ୟରେ ଅନେକ ଔଷଧ ବଜାରରେ ମିଳିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri