ସୁସମ୍ପର୍କ ବଢ଼ାଇବ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌

ନୂଆଦିଲ୍ଲୀ,୧୮ା୪: କରୋନା ଭୂତାଣୁ ସଂକ୍ରମଣ ମୁକାବିଲା କ୍ଷେତ୍ରରେ ମ୍ୟାଲେରିଆ ନିରୋଧୀ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଉପାଦେୟ ହେଉଥିବା ଆମେରିକା ସମେତ ଅନେକ ଦେଶ ବିବେଚନା କରୁଛନ୍ତି। ତେଣୁ ସେମାନେ ଏବେ ସର୍ବାଧିକ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଯୋଗାଣ କରୁଥିବା ଦେଶ ଭାରତ ଉପରେ ନିର୍ଭରଶୀଳ। କିନ୍ତୁ ନିଜ ଦେଶ ପାଇଁ ନିଅଣ୍ଟ ପଡ଼ିବା ଆଶଙ୍କାରେ ଭାରତ ଅନ୍ୟ ଦେଶକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ରପ୍ତାନି ଉପରେ ମାର୍ଚ୍ଚ ୨୫ରେ ରୋକ ଲଗାଇଥିଲା। କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ପ୍ରତିଶୋଧ’ ଧମକ ପରେ ଭାରତ ନିଜ ନିଷ୍ପତ୍ତି ବଦଳାଇ ଉକ୍ତ ଔଷଧ ରପ୍ତାନି କରିଥିଲା। ଏଥିପାଇଁ ଆମେରିକା, ବ୍ରାଜିଲ, ଇସ୍ରାଏଲ, ବ୍ରିଟେନ ସମେତ ବହୁ ଦେଶ ପ୍ରଶଂସା କରିଥିଲେ। ଟ୍ରମ୍ପଙ୍କ ସ୍ବର ମଧ୍ୟ ବଦଳିଯାଇଥିଲା। ଅସମୟରେ ବନ୍ଧୁଙ୍କ ସହଯୋଗର ଆବଶ୍ୟକତା ରହିଥାଏ। ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଯୋଗାଇବା ନିଷ୍ପତ୍ତି ପାଇଁ ଭାରତକୁ ଧନ୍ୟବାଦ। ଏହାକୁ ଭୁଲିବୁ ନାହିଁ ବୋଲି ଟ୍ରମ୍ପ ଟୁଇଟ୍‌ କରି କହିଥିଲେ।
କୋଭିଡ୍‌-୧୯ ସଙ୍କଟର ମୁକାବିଲା କ୍ଷେତ୍ରରେ ଟ୍ରମ୍ପ ନିଜ ଦେଶରେ ସମାଲୋଚନାର ଶିକାର ହେଉଥିବାବେଳେ କରୋନା ଭାଇରସ୍‌ ଯୁଦ୍ଧରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌କୁ ସେ ‘ଗେମ୍‌ ଚେଞ୍ଜର’ ବୋଲି ବର୍ଣ୍ଣନା କରିଥିଲେ। ବିଶ୍ୱରେ ୭୦% ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଉତ୍ପାଦନ ଭାରତରେ ହୋଇଥାଏ। ପ୍ରତିବର୍ଷ ଭାରତ ୫୦ ମିଲିୟନ ଡଲାରର ଏହି ଔଷଧ ରପ୍ତାନି କରିଥାଏ। ରପ୍ତାନି ଉପରୁ କଟକଣା ହଟାଇବା ପରେ ଭାରତ ମାନବିକତା ଓ ବାଣିଜି୍ୟକ ଯୋଗାଣ ଆଧାରରେ ୧୨ରୁ ଊର୍ଦ୍ଧ୍ୱ ଦେଶକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଯୋଗାଇବ। ସେହିପରି ପଡ଼ୋଶୀ ଦେଶ ସମେତ କେତେକ ଆଫ୍ରିକୀୟ ଓ ଲାଟିନ ଆମେରିକୀୟ ଦେଶକୁ ମଧ୍ୟ ଏହି ଔଷଧ ଯୋଗାଇବାକୁ ନିଷ୍ପତ୍ତି ନିଆଯାଇଛି।
କୁହାଯାଉଛି ଯେ, ଏହି ପ୍ରୟାସ ଯୋଗୁ ବିଶ୍ୱରେ ଭାରତର କୂଟନୈତିକ ସ୍ଥିତି ମଜଭୁତ ହେଉଛି । ପୂର୍ବତନ ବୈଦେଶିକ ସଚିବ କନୱଲ ସିବଲ କହିଛନ୍ତି ଯେ, ଚାଇନା ପିପିଇ ଏବଂ ଭେଣ୍ଟିଲେଟର ଅଧିକ ଉତ୍ପାଦନ କରେ। କିନ୍ତୁ ଭାରତ ଟଙ୍କା ରୋଜଗାର ପାଇଁ ନୁହେଁ ବରଂ ଅନ୍ତର୍ଜାତୀୟ ଏକତା ପାଇଁ ସ୍ବାର୍ଥତ୍ୟାଗ କରୁଛି। ଏହି ସାହାଯ୍ୟ ନିମନ୍ତେ ଅନ୍ୟ ଦେଶ ସହ ଭାରତର ସୁସମ୍ପର୍କ ସୃଷ୍ଟିରେ ସହାୟକ ହେବ। କିନ୍ତୁ ବଡ଼ ସଙ୍କଟବେଳେ ଏହା ଏକ ଛୋଟ ଅବଦାନ ବୋଲି ପ୍ରମାଣିତ ହୋଇପାରେ। ସେହିପରି ମହାମାରୀ କରୋନା ନିୟନ୍ତ୍ରଣ ପରେ ବିକାଶଶୀଳ ଦେଶଗୁଡିକ କିପରି କୂଟନୈତିକ ସମ୍ପର୍କ ସ୍ଥାପନ କରିବେ ତାହା କହିବା ମଧ୍ୟ କଷ୍ଟକର। ହେଲେ ଏହା ନିଶ୍ଚିତ ଯେ, ଭାରତ ଯେତେବେଳେ ସେହି ଦେଶଗୁଡ଼ିକୁ ସାହାଯ୍ୟ ମାଗିବ ସେତେବେଳେ ତାହାର ଉଦାରତାକୁ ଅଣଦେଖା କରାଯିବ ନାହିଁ ବୋଲି ସିବଲ କହିଛନ୍ତି।
ଆମେରିକାରେ ପୂର୍ବରୁ ଭାରତର ରାଷ୍ଟ୍ରଦୂତ ଥିବା ଲଳିତ ମାନସିଂ କହିଛନ୍ତି ଯେ, ଏହି ସମୟରେ କୂଟନୈତିକ ଆଲୋଚନା କରିବା ଉଚିତ୍‌ ନୁହେଁ। ଯେତେବେଳେ କୌଣସି ଦେଶ ଅସୁବିଧା ସମୟରେ ଔଷଧ ପଠାଇବାକୁ ନିବେଦନ କରେ, ସେତେବେଳେ ନିଷ୍ପତ୍ତି ନେବାରେ ମାନବିକତା ପ୍ରାଥମିକତା ହୋଇଥାଏ। ଫାର୍ମା ସେକ୍ଟର ମାଧ୍ୟମରେ ଗରିବ ଦେଶଗୁଡ଼ିକୁ ସାହାଯ୍ୟ କରିବା ଭାରତର ସର୍ବଦା ନୀତି ରହିଛି। ଭାରତ ତିଆରି ଔଷଧ ଆଫ୍ରିକାରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷାରେ ସହାୟ ହୋଇଛି ବୋଲି ମାନସିଂ କହିଛନ୍ତି।

କଞ୍ଚାମାଲ ଅଭାବରେ ଭାରତୀୟ ଫାର୍ମା କମ୍ପାନୀ
ଭାରତ ହେଉଛି ଜେନେରିକ ଔଷଧର ବୃହତ୍ତମ ଉତ୍ପାଦକ ଦେଶ। ଗ୍ଲୋବାଲ ବିଜନେସ ରିପୋର୍ଟ ଅନୁଯାୟୀ, ଜେନେରିକ ଔଷଧ ଶିଳ୍ପ ଭାରତୀୟ ଅର୍ଥନୀତିର ସବୁଠାରୁ ବଡ଼ ଶକ୍ତି ପାଲଟିଛି। ଭାରତର ଜିଡିପିରେ ଏହି କ୍ଷେତ୍ରର ଅବଦାନ ୧.୭୨% ରହିଛି। ଭାରତରେ ବହୁତ କମ୍‌ ମୂଲ୍ୟରେ ଔଷଧ ତିଆରି କରାଯାଉଛି, ଯେଉଁଥିପାଇଁ ସାରା ବିଶ୍ୱରେ ଲୋକମାନେ ଶସ୍ତାରେ ଚିକିତ୍ସା ସେବା ପାଉଛନ୍ତି। ଆମେରିକା, ପଶ୍ଚିମ ୟୁରୋପ ଏବଂ ଅଷ୍ଟ୍ରେଲିଆ ସମେତ ୨୦୦ରୁ ଊର୍ଦ୍ଧ୍ୱ ଦେଶକୁ ଭାରତ ଫାର୍ମା ଉତ୍ପାଦ ବିକ୍ରି କରେ। ଆମେରିକାର ୪୦ ପ୍ରତିଶତ ଜେନେରିକ ଔଷଧ ଚାହିଦା ଭାରତ ପୂରଣ କରୁଛି। ତେବେ ଏହି ଔଷଧର କଞ୍ଚାମାଲ ପାଇଁ ଭାରତ ମୁଖ୍ୟତଃ ଚାଇନା ଉପରେ ନିର୍ଭରଶୀଳ। ବିଶେଷକରି କରୋନା ଭାଇରସ୍‌ କେନ୍ଦ୍ରସ୍ଥଳ ‘ହୁବେଇ’ ପ୍ରଦେଶରୁ କଞ୍ଚାମାଲ ଆମଦାନୀ ହୋଇଥାଏ। ଚାଇନାରୁ ଆମଦାନୀ ଉପରେ ପ୍ରତିବନ୍ଧକ ଥିବାରୁ କଞ୍ଚାମାଲ ଯୋଗାଣ ପ୍ରଭାବିତ ହେଉଛି। ଔଷଧ ତିଆରି କରୁଥିବା ଭାରତୀୟ କମ୍ପାନୀଗୁଡିକ କହିଛନ୍ତି ଯେ, ଭାରତ ସରକାର ଶୀଘ୍ର ହସ୍ତକ୍ଷେପ ନ କଲେ କଞ୍ଚାମାଲର ଅଭାବ ହୋଇପାରେ। ଏଥିଯୋଗୁ ଆସନ୍ତା କିଛି ସପ୍ତାହ ମଧ୍ୟରେ ଅନେକ ଔଷଧ ବଜାରରେ ମିଳିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ, ପ୍ରତିଶ୍ରୁତି ଦେଇ କହିଲେ…

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚୁ ନ ଥିବା ଅଭିଯୋଗ ହୋଇଆସୁଥିଲା। ବିଶେଷକରି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ…

ରେଳ ଧାରଣାରୁ ମହିଳା ମେଡିକାଲ ଆଟେଣ୍ଡାଣ୍ଟ୍‌ଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମପୁର,୧୮/୨(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ବଢି ଭୋର ଜଣେ ମହିଳାଙ୍କ ମୃତଦେହ ରେଳଧାରଣା କରୁ ଜବତ କରିଛି। ମୃତକଙ୍କ ପରିଚୟ ପ୍ରଥମେ…

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

ପ୍ରେମ, ପ୍ରତାରଣା ମାମଲା: ଆସିଷ୍ଟାଣ୍ଟ ଲେବର ଅଫିସର ଗିରଫ

ଭୁବନେଶ୍ୱର,୧୮।୨(ତ୍ରିନାଥ ମହାନ୍ତି):ପ୍ରେମ ଓ ପ୍ରତାରଣା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ବଲାଙ୍ଗୀରରେ କାର୍ଯ୍ୟରତ ଜଣେ ଆସିଷ୍ଟାଣ୍ଟ ଲେବର ଅଫିସରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ନୟାଗଡ଼ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri