Categories: ଜାତୀୟ

ସୁଷମା ସ୍ବରାଜଙ୍କ ପାର୍ଥିବ ଶରୀର ଦେଖି ଭାବୁକ ହେଲେ ମୋଦି

ନୂଆଦିଲ୍ଲୀ,୬ା୮: ପୂର୍ବତନ ବର୍ହିବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ପରଲୋକ ଘଟିଛି। ମଙ୍ଗଳବାର ରାତିରେ ନୂଆଦିଲ୍ଲୀସ୍ଥିତ ଏମ୍ସରେ ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଛି। ୬୭ ବର୍ଷୀୟା ସ୍ବରାଜଙ୍କୁ ପାର୍ଥିବ ଶରୀର ଦର୍ଶନ ପାଇଁ ଭିଡ ଲାଗି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଷମାଙ୍କ ପାର୍ଥିବ ଶରୀର ଦେଖି ଭାବୁକ ହୋଇପଡିଛନ୍ତି। ଭାଜପାର ବରିଷ୍ଠ ନେତାମାନେ ସୁଷମାଙ୍କ ବାସଭବନରେ ଶେଷ ଦର୍ଶନ କରିଛନ୍ତି। ଭାଜପାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ଅମିତ ଶାହ ପ୍ରମୁଖ ବୁଧବାର ସକାଳୁ ସେଠାରେ ପହଞ୍ଚିଛନ୍ତି।

Share