Categories: ଜାତୀୟ

ସୁଷମାଙ୍କ ମୃତ୍ୟୁରେ ଭାଙ୍ଗିପଡିଛନ୍ତି ସ୍ବାମୀ କୌଶଳ, ଝିଅ ବାଂଶୁରୀ

ନୂଆଦିଲ୍ଲୀ, ୭।୮:ସବୁଦିନ ପାଇଁ ଆଖି ବୁଜିଛନ୍ତି ପୂର୍ବତନ ବର୍ହିବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ। ଏ ଘଟଣା ଅନେକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଦଳମତ ନିର୍ବିଶେଷରେ ସମସ୍ତ ନେତା ତାଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ସବୁଠୁ ଅଧିକ ଭାଙ୍ଗି ପଡିଛନ୍ତି ସୁଷମାଙ୍କ ସ୍ବାମୀ ସ୍ବରାଜ କୌଶଳ ଏବଂ ଏକମାତ୍ର ଝିଅ ବାଂଶୁରୀ। ସ୍ତ୍ରୀଙ୍କ ମୃତ ଶରୀର ପାଖରେ ସକାଳୁ ସ୍ବରାଜଙ୍କୁ କାନ୍ଦୁଥିବାର ଲକ୍ଷ୍ୟ କରାଯାଇଛି। ମୋଦିଙ୍କୁ ଧରି ସେ ଭୋ ଭୋ ହୋଇ କାନ୍ଦି ପକାଇଥିଲେ। ଅନ୍ତିମ ଯାତ୍ରାରେ ମଧ୍ୟ ବାପ ଝିଅଙ୍କୁ କାନ୍ଦୁଥିବାର ଦେଖାଯାଇଛି। ଝିଅ ଲୁହ ଛଳଛଳ ଆଖିରେ ମା’ଙ୍କ ଶେଷ ବିଦାୟ ପାଇଁ ପ୍ରସ୍ତୁତି ଚଳାଇଛନ୍ତି।

Share