Categories: ଜାତୀୟ

ସୁଷମାଙ୍କୁ ମନେପକାଇ ଭୋ ଭୋ ହୋଇ କାନ୍ଦିଲେ ରମା ଦେବୀ

ନୂଆଦିଲ୍ଲୀ, ୭।୮: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତ୍ରୀ ସୁଷମା ସୱରାଜଙ୍କର ମଙ୍ଗଳବାର ରାତିରେ ପରଲୋକ ହୋଇଯାଇଛି। ଏ ଘଟଣା ଅନେକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଦଳମତ ନିର୍ବିଶେଷରେ ସମସ୍ତ ନେତା ତାଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ଭାଜପାର ଅନେକ ନେତା ତାଙ୍କ ମୃତ୍ୟୁରେ ମର୍ମାହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ଲୋକ ସଭା ଏମ୍‌ପି ରମା ଦେବୀ। ଯେଉଁ ପର୍ଯ୍ୟନ୍ତ ମୋ ନିଃଶ୍ୱାସ ଚାଲିଥିବା ସେ ପର୍ଯ୍ୟନ୍ତ ମୁଁ ତାଙ୍କୁ ମନେପକାଉଥିବି। ଆଶା କରୁଛି ତାଙ୍କ ଭଳି ସ୍ନେହୀ ଲୋକ ଯେଉଁଠି ବି ରହିବେ ଭଲରେ ରହିବେ। ଅନ୍ୟମାନଙ୍କ କଲ୍ୟାଣ ପାଇଁ ସେ ଜନ୍ମନେଇଥିଲେ ବୋଲି ବିହାର ଶିବହରରୁ ଏମ୍‌ପି ଥିବା ରମା କହିଛନ୍ତି।

Share