ସୁଶାନ୍ତ ସିଂଙ୍କ ଆତ୍ମହତ୍ୟାର ହେବ ସିବିଆଇ ତଦନ୍ତ: ଅଣ୍ଟା ଭିଡ଼ିଲେ ରାଜନେତା

ମୁମ୍ବାଇ, ୨୩।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ଘଟଣା ଏବେ ଭିନ୍ନ ମୋଡ଼ ନେବାକୁ ଆରମ୍ଭ କରିଛି। ଦେଶର ବିଭିନ୍ନ ସ୍ଥାନରେ ବଲିଉଡ୍‌ରେ ଜାରି ରହିଥିବା ବଂଶବାଦ ବିରୋଧରେ ପ୍ରଦର୍ଶନ ମଧ୍ୟ କରାଯାଉଛି। ସୋସିଆଲ୍‌ ମିଡ଼ିଆରେ ସୁଶାନ୍ତଙ୍କୁ ନ୍ୟାୟ ମିଳିବା ନେଇ ମନ୍ତବ୍ୟମାନ ପ୍ରକାଶ ପାଉଛି। ଏହାର ସିବିଆଇ ତଦନ୍ତ କରିବାକୁ ଏବେ କିଛି ରାଜନେତା ଅଣ୍ଟା ଭିଡ଼ିଛନ୍ତି। ବିହାର ଜନଶକ୍ତି ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାଶଓ୍ବାନ ଏହି ଘଟଣାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସହିତ ଫୋନ୍‌ରେ କଥାବାର୍ତ୍ତା କରିଛନ୍ତି। ପୋଲିସ ପକ୍ଷରୁ ଘଟଣାର ଯାଞ୍ଚ୍‌ ଚାଲିଥିବା ଉଦ୍ଧବ ଚିରାଗଙ୍କୁ କହିଛନ୍ତି। ଏହି ମାମଲାରେ କେହି ଦୋଷୀ ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଦ୍ଧବ ସୂଚନା ଦେଇଛନ୍ତି। ଚିରାଗ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ ତିଓ୍ବାରୀଙ୍କୁ ଉଦ୍ଧବଙ୍କ ପାଖକୁ ଏନେଇ ଚିଠି ଲେଖିବାକୁ ଅନୁରୋଧ କରିଛନ୍ତି। ସେହିପରି ଭାଜପା ପକ୍ଷରୁ ମନୋଜ ତିଓ୍ବାରୀ ସୁଶାନ୍ତଙ୍କ ପିତା ଏବଂ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। ସେହିପରି ଜନ ଅଧିକାରୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପପ୍ପୁ ଯାଦବ ସୁଶାନ୍ତଙ୍କ ଆତ୍ମହତ୍ୟା ପଛର କାରଣର ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି।

Share