ସୁଶାନ୍ତଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ୫ ବର୍ଷର ଭଣଜା ନିର୍ବାଣ

ମୁମ୍ବାଇ: ବଲିଉଡ୍‌ ଆକ୍ଟର ସୁଶାନ୍ତ ସିଂ ରାଜପୁତ ରବିବାର ଆତ୍ମହତ୍ୟା କରିଥିଲେ। ମୁମ୍ବାଇସ୍ଥିତ ନିଜ ଘରେ ସେ ଏପରି ଘଟାଇଥିଲେ। ଏହି ଖବର ପୂରା ଫିଲ୍ମ ଇଣ୍ଡଷ୍ଟ୍ରିକୁ ହତବାକ୍‌ କରିଦେଇଥିଲା। ମାତ୍ର ୩୪ ବର୍ଷ ବୟସରେ ସୁଶାନ୍ତ ଦୁନିଆରୁ ବିଦାୟ ନେଇଗଲେ ବୋଲି ଏହି କଥାକୁ କେହି ବିଶ୍ୱାସ କରିପାରୁ ନାହାନ୍ତି। ଏପରିକି ତାଙ୍କ ୫ ବର୍ଷର ଭଣଜା ମଧ୍ୟ ମାମୁଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କୀର୍ତ୍ତି କହିଲେ, ମାମୁ ଆଉ ନାହାନ୍ତି। ସେତେବେଳେ ଏହି ଶିଶୁଟି କହିଛି, ସେ ଆମ ହୃଦୟରେ ଅଛନ୍ତି। ଯାହା ଶୁଣିଲେ କାହା ଆଖିରେ ଲୁହ ରହିବନି। ଏକଥା ଫେସ୍‌ବୁକ୍‌ରେ ପୋଷ୍ଟ କରିଛନ୍ତି ଶ୍ୱେତା। ସେ ଲେଖିଛନ୍ତି, ଯେତେବେଳେ ମୋ’ ପୁଅ ନିର୍ବାଣକୁ କହିଲି, ମାମୁ ଆଉ ନାହାନ୍ତି। ସେ କହିଲା, ସେ ତୁମ ହୃଦୟରେ ବଞ୍ଚିଛନ୍ତି। ୫ ବର୍ଷର ଶିଶୁଟି ଯେତେବେଳେ ଏମିତି କହୁଛି, ଆମ ସମସ୍ତଙ୍କୁ ମଜଭୁତ ହେବାକୁ ପଡ଼ିବ। କେହି ଭାଙ୍ଗିପଡ଼ନ୍ତୁ ନାହିଁ। ବିଶେଷକରି ଫ୍ୟାନ୍‌ମାନଙ୍କ ଉଦ୍ଦେଶ୍ୟରେ ଶ୍ୱେତା ଏପରି କହିଛନ୍ତି। ସୁଶାନ୍ତ ଆମକୁ ଛାଡ଼ି ଚାଲି ଯାଇଛନ୍ତି ସତ, ସବୁଦିନ ପାଇଁ ସେ ଆମ ହୃଦୟରେ ଅଛନ୍ତି; ଆଉ ରହିବେ ମଧ୍ୟ।

Share